18.1 C
Bhubaneswar
Saturday, November 23, 2024
Homeଓଡିଶାଦୁର୍ନୀତି ଅଭିଯୋଗରେ ବରିଷ୍ଠ ଓ.ଏ.ଏସ୍‌ ଅଧିକାରୀ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର

ଦୁର୍ନୀତି ଅଭିଯୋଗରେ ବରିଷ୍ଠ ଓ.ଏ.ଏସ୍‌ ଅଧିକାରୀ ପ୍ରଶାନ୍ତ ରାଉତଙ୍କୁ ବାଧ୍ୟତାମୂଳକ ଅବସର

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବରିଷ୍ଠ ଓଡିଶା ପ୍ରଶାସନିକ ସେବା ଅଧିକାରୀ ନବରଙ୍ଗପୁରର ପୂର୍ବତନ ସହକାରୀ ଉପ- ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ରାଉତଙ୍କୁ ସରକାରୀ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ବିଭିନ୍ନ ଦୁର୍ନୀତିରେ ଅଭିଯୋଗରେ ଜଡିତ ଥିବା କାରଣରୁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରି ମୁଖ୍ୟମନ୍ତ୍ରୀ ସବୁବେଳେ ଏ କ୍ଷେତ୍ରରେ କଡା ପଦକ୍ଷେପ ନେଇଆସିଛନ୍ତି।

ସୂଚନାଯୋଗ୍ୟ ଯେ ଶ୍ରୀ ରାଉତଙ୍କ ନାଁରେ ୪ଟି ଦୁର୍ନୀତି ଅଭିଯୋଗ ସହିତ ବିଭାଗୀୟ ତଦନ୍ତ ମଧ୍ୟ ଜାରି ରହିଛି । ପ୍ରକାଶ ଥାଉ କି ବର୍ତ୍ତମାନ ସୁଦ୍ଧା ଏହାକୁ ମିଶାଇ ୧୮୮ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଅଧିକାରୀ ମାନଙ୍କୁ କାର୍ଯ୍ୟରୁ ବହିଷ୍କାର, ବାଧ୍ୟତାମୂଳକ ଅବସର ଦିଆଯାଇଛି ବା ସେମାନଙ୍କ ପେନ୍‌ସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking