ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କର ପରଲୋକ ହୋଇଛି। ସେ ଦୀର୍ଘ ବର୍ଷ ଧରି ‘ମାତୃଭାଷା’ , ‘ନ୍ୟାୟବତୀ’ ଓ ‘ଶ୍ରୁତି’ ଭଳି ଦୈନିକ ସମ୍ବାଦପତ୍ରରେ ସାମ୍ବାଦିକତା କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶାର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ଶନିବାର ଭୋର ସମୟରେ ପରଲୋକ ଗମନ କରିଛନ୍ତି ଓ ମୃତ୍ୟୁ ବେଳକୁ ୬୮ ବର୍ଷ ହୋଇଥିଲା ।
ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ବୈଷ୍ଣବ ଜେନାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ତାଙ୍କ ବାସଭବନରେ ପ୍ରବଳ ଭିଡ଼ ।