24.1 C
Bhubaneswar
Sunday, October 20, 2024
Homeଓଡିଶାପ୍ରତି +୩ କଲେଜରେ ଖୋଲିବ ସେଲଫ୍ ଡିଫେନସ୍ କ୍ଲବ

ପ୍ରତି +୩ କଲେଜରେ ଖୋଲିବ ସେଲଫ୍ ଡିଫେନସ୍ କ୍ଲବ

ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ +୩ କଲେଜରେ ଆରମ୍ଭ ହେବ ସେଲଫ୍ ଡିଫେନସ୍ କ୍ଲବ । ତେବେ ପ୍ରଥମ ପର୍ଯ୍ୟାୟରେ ୨୦୦ କଲେଜକୁ ଚିହ୍ନଟ କରାଯାଇଛି । ସେଥିରୁ ୪୩ ସରକାରୀ କଲେଜ ଥିବାବେଳେ ୧୫୨ଟି ଅନୁଦାନପ୍ରାପ୍ତ କଲେଜ ସାମିଲ ହୋଇଛି । ଏହି କ୍ଲବ୍ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସେଲଫ୍ ଡିଫେନସ୍ କ୍ଲବର ସଂଯୋଜକ ନିଯୁକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ଉପ-ସଚିବଙ୍କ ପକ୍ଷରୁ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି ।

ଏଥିସହ ସଂଯୋଜକଙ୍କ ନାଁ ସମେତ କଲେଜ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଆସନ୍ତା ଜାନୁଆରୀ ୨୨ ସୁଦ୍ଧା ଏକ ନିର୍ଦ୍ଧାରିତ ଫର୍ମାଟରେ ପ୍ରଦାନ କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ତଥ୍ୟ ସମ୍ପର୍କରେ ସେଲଫ୍ ଡିଫେନ୍ସ କ୍ଲବର ରାଜ୍ୟ ଉପଦେଷ୍ଟା ଡ. ନିବେଦିତା ଜେନାଙ୍କ ସହ ଯୋଗାଯୋଗ କରିବାକୁ ଚିଠିରେ ମଧ୍ୟ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking