ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଲିସ ମଙ୍ଗଳବାର ଡୋଡା ଜିଲ୍ଲାରେ ଥିବା ୨ ପାକିସ୍ତାନୀ ଆତଙ୍କବାଦୀଙ୍କର ସମ୍ପତ୍ତି ଜବତ କରିଥିବା ଜଣାପଡିଛି । ଏହି ଦୁଇ ଆତଙ୍କବାଦୀ ହେଲେ ଲାଲ୍ଦିନ୍ ଓ ଅବଦୁଲ ରସିଦ । ନବେ ଦଶକରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଘଟଣା ଘଟାଇବାପରେ ଏମାନେ ପାକିସ୍ତାନ ପଳାଇଛନ୍ତି ।
ଏହାବ୍ୟତୀତ ମହମ୍ମଦ ଅମିନ୍ ଓ ମହମ୍ମଦ ଅସ୍ରଫ୍ ଦୁଇଭାଇଙ୍କୁ ପେସାଦାର ଅପରାଧି ଘୋଷଣା କରାଯାଇଥିବାବେଳେ ସେମାନେ ବର୍ତ୍ତମାନ ପାକିସ୍ତାନରେ ବସବାସ କରୁଛନ୍ତି । ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀର (ପିଓକେ)ରୁ ଆତଙ୍କବାଦ କାର୍ଯ୍ୟକଳାପ ଜାରି ରଖିଥିବା ଆଉ ୧୪ ଜଣ ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।