31.1 C
Bhubaneswar
Friday, October 18, 2024
Homeଓଡିଶାଗଞ୍ଜେଇ ଜବତ ; ୨ ଗିରଫ

ଗଞ୍ଜେଇ ଜବତ ; ୨ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲାରେ ନିଶା କାରବାର ଉପରେ ପ୍ରଭାବୀ ଅଙ୍କୁଶ ଲଗାଇବା ଲକ୍ଷ୍ୟ ନେଇ ଅବକାରୀ ବିଭାଗ ପକ୍ଷରୁ ଚାଲିଥିବା ନିୟମିତ ଧରପଗଡ ଅଭିଯାନ କ୍ରମରେ ରବିବାର ସକାଳ ସମୟରେ ୫୨ କିଗ୍ରା ଗଞ୍ଜେଇ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ରାଜ୍ୟ ରାଜପଥ ସଂଖ୍ୟା ୧୦ ବିଜୁ ଏକ୍ସପ୍ରେସ ୱେର ଶାସନ ଛକ ନିକଟରେ ଚେକିଂ କରାଯାଉଥିଲା।

ଜବତ ହୋଇଥିବା ଗଞ୍ଜେଇ ଓ ଗାଡିର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ। ଏ ସର୍ମ୍ପକରେ ଝାଡଖଣ୍ଡ ରାଜ୍ୟ ନିବାସୀ ଅବଦୁଲ ହୁସେନ (୪୯) ଓ ବିହାର ରାଜ୍ୟ ନିବାସୀ କରନ କୁମାର (୨୭)ଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି। କୋରାପୁଟର ସେମଳିଗୁଡାରୁ ଝାଡଖଣ୍ଡ ରାଜ୍ୟର ବୋକାରୋ ଅଞ୍ଚଳକୁ ଏହି ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଅବକାରୀ ଦଳର ଜେରା ସମୟରେ ଜଣାପଡିଛି। ଏହି ରୁଟରେ ସେମାନେ ପ୍ରଥମ ଥର ପାଇଁ ଗଞ୍ଜେଇ ଚାଲାଣ କରୁଥିବାର ସ୍ୱିକାର କରିଥିବା ବେଳେ ଅବକାରୀ ବିଭାଗ ପୂର୍ବରୁ ମଧ୍ୟ ସେମାନେ ଏଭଳି ଗଞ୍ଜେଇ ଚାଲାଣ କରିଥିବାର ଅନୁମାନ କରି ତଦନ୍ତ କରୁଛି ବୋଲି ଅବକାରୀ ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରା କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking