ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର୍ ବୀରେନ୍ଦ୍ର ସେହ୍ୱାଗ୍, ଯୁବରାଜ ସିଂହ ଓ ହରଭଜନ ସିଂହଙ୍କ ଏକାଠି ଖେଳିବାର ଦେଖିବାକୁ ମିଳିବ । ଏହି ତିନି ଖେଳାଳି ଜାନୁଆରୀ ୨୦ ତାରିଖରୁ ଓମାନ୍ରେ ଆରମ୍ଭ ହେବାକୁ ଥିବା ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲ୍ଏଲ୍ସି)ରେ ଇଣ୍ଡିଆ ମହାରାଜା ଟିମ୍ ପକ୍ଷରୁ ଭାଗନେବେ । ଏଲ୍ଏଲ୍ସି ଅବସର ନେଇ ସାରିଥିବା କ୍ରିକେଟର୍ଙ୍କ ପେସାଦାର ଲିଗ୍ ହୋଇଥିବା ବେଳେ ଏଥିରେ ୩ଟି ଟିମ୍ ଭାଗନେବେ । ଏସିଆ ଓ ଅବଶିଷ୍ଟ ବିଶ୍ୱ ଲିଗ୍ର ଅନ୍ୟ ଦୁଇଟି ଟିମ୍ ।
ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏହି ଲିଗ୍ର କମିଶନର୍ ଅଛନ୍ତି । ସେହ୍ୱାଗ, ଯୁବରାଜ ଓ ହରଭଜନଙ୍କ ବ୍ୟତୀତ ଇଣ୍ଡିଆ ମହାରାଜା ଟିମ୍ରେ ଇର୍ଫାନ୍ ପଠାନ, ଯୁସୁଫ୍ ପଠାନ୍, ବଦ୍ରିନାଥ, ଆର୍ପି ସିଂହ, ପ୍ରଜ୍ଞାନ ଓଝା, ନମନ ଓଝା, ମନପ୍ରୀତ୍ ଗୋନୀ, ହେମାଙ୍ଗ ବଦାନୀ, ବେଣୁଗୋପାଳ ରାଓ, ମୁନାଫ୍ ପଟେଲ୍, ସଞ୍ଜୟ ବାଙ୍ଗର, ନୟନ ମୋଙ୍ଗିଆ ଓ ଅମିତ ଭଣ୍ଡାରୀ ସାମିଲ ଅଛନ୍ତି ।
ଏସିଆନ ଲାୟନ୍ସ ଭାବେ ନାମିତ ଏସୀୟ ଟିମ୍ରେ ପାକିସ୍ତାନ ଓ ଶ୍ରୀଲଙ୍କାର ମହାନ୍ ଖେଳାଳି ଶୋଏବ୍ ଅଖ୍ତର୍, ଶାହିଦ୍ ଆଫ୍ରିଦି, ସନଥ ଜୟସୂରିଆ, ମୁଥେୟା ମୁରଲୀଧରମ୍, କାମରାନ୍ ଅକ୍ମଲ୍, ଚାମିଣ୍ଡା ଭାସ୍, ରୋମେଶ୍ କାଲୁୱିତର୍ଣ୍ଣା, ତିଳକରତ୍ନେ ଦିଲ୍ସାନ୍, ଆଝାର ମେହମୁଦ୍, ଉପୁଲ୍ ଥରଙ୍ଗା, ମିସ୍ବା ଉଲ୍ ହକ୍, ମହମ୍ମଦ ହାଫିଜ୍, ଶୋଏବ୍ ମଲିକ୍, ମହମ୍ମଦ ୟୁସୁଫ୍ ଓ ଉମର ଗୁଲ୍ ସାମିଲ । ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅସଗର ଆଫ୍ଗାନ୍ ମଧ୍ୟ ଏସୀୟ ଟିମ୍ର ସଦସ୍ୟ ରହିଛନ୍ତି । ତେବେ ତୃତୀୟ ଟିମ୍ର ଖେଳାଳିଙ୍କ ନାମ ଘୋଷଣା କରାଯାଇ ନାହିଁ ।