ଲକ୍ଷ୍ନୌ: ସମସ୍ତେ ଚାହାନ୍ତି ସେମାନଙ୍କୁ ସେମାନଙ୍କର ମନ ପସନ୍ଦର ଜୀବନସାଥୀ ମିଳୁ । ଜଣେ କନ୍ୟାଙ୍କ ସହ ଏମିତି କିଛି ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିବାହ ମଣ୍ଡପରେ ବରକୁ ଦେଖି କନ୍ୟା ବେହୋସ ହୋଇଯାଇଛି । ଏପରିକି ଯୁବତୀ ଜଣକ ନିଜ ବାହାଘର ମଧ୍ୟ ଭାଙ୍ଗି ଦେଇଛନ୍ତି । ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶ ଫିରୋଜାବାଦରେ ଜଣେ ଯୁବତୀ ନିଜ ବାହାଘର ନିଜେ ହିଁ ଭାଙ୍ଗି ଦେଇଛନ୍ତି । ବର ଦିବ୍ୟାଙ୍ଗ ହୋଇଥିବାରୁ ବିବାହ ମଣ୍ଡପରେ ଠିକ୍ ଭାବେ ବସି ପାରିନଥିଲେ । ଏହା ଦେଖି କନ୍ୟା ବେହୋସ ହୋଇଯାଇଥିଲେ ।
ବର ଦିବ୍ୟାଙ୍ଗ ଥିବା କଥା କନ୍ୟା ଘର ଲୋକଙ୍କୁ ବର ପକ୍ଷକୁ ଜଣାଇ ନଥିଲେ । ‘ଜୟମାଳା’ ରୀତିନୀତି ବେଳେ ଏହି ଆଶ୍ଚର୍ଯ୍ୟକର ଖୁଲାସା ହୋଇଥିଲା। ଶେଷରେ ଏହା ଜଣାପଡ଼ିବା ପରେ ବାହାଘର ଭାଙ୍ଗିବା ପାଇଁ କନ୍ୟା ନିଷ୍ପତ୍ତି ନେଇଥିଲେ । ବିବାହ ମଣ୍ଡପରେ ବରର ଏଭଳି ସ୍ଥିତି ଦେଖି କନ୍ୟା ବେହୋସ ହୋଇଯାଇଥିଲେ । ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ହୋସ୍ ଫେରିବା ପରେ ସେ ସମ୍ପୃକ୍ତ ଯୁବକଙ୍କୁ ବାହା ହେବା ପାଇଁ ରୋକ୍ ଠୋକ୍ ମନା କରି ଦେଇଥିଲେ । ଜଣେ ଦିବ୍ୟାଙ୍ଗ ଯୁବକଙ୍କ ସହ ସାରା ଜୀବନ ସେ ଅତିବାହିତ କରିପାରିବେନି ବୋଲି ଯୁବତୀ ଜଣକ କହିଥିଲେ । ଏନେଇ ଉଭୟ ପରିବାର ଯୁବତୀଙ୍କୁ ବିବାହ ପାଇଁ ରାଜି କରାଇବାକୁ ଚେଷ୍ଟା କରିଥିଲେ । ହେଲେ ଯୁବତୀ ଜଣକ ତାଙ୍କ ଜିଦ୍ରେ ଅଟଳ ରହିଥିଲେ । ଶେଷରେ ବାହାଘର ଭାଙ୍ଗି ଯାଇଥିଲା । ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ବିବାହ ଦିନ ପର୍ଯ୍ୟନ୍ତ ତାଙ୍କୁ ଜଣାନଥିଲା ଯେ ଯୁବକ ଜଣକ ଦିବ୍ୟାଙ୍ଗ ।