19.1 C
Bhubaneswar
Thursday, February 12, 2026
Homeଓଡିଶାସୁରକ୍ଷାକୁ ଗୁରୁତ୍ୱ :  ପୁଲିସ କମିଶନର

ସୁରକ୍ଷାକୁ ଗୁରୁତ୍ୱ :  ପୁଲିସ କମିଶନର

କଟକ : ବାରବାଟୀ ଦିନିକିଆ ମ୍ୟାଚ ସୁରକ୍ଷା ପ୍ରସଙ୍ଗରେ ପୁଲିସ କମିଶନର ଏସ ଦେବଦତ୍ତ ସିଂ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏଥିରେ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।  ଖେଳାଳିଙ୍କ ସୁରକ୍ଷାକୁ ପ୍ରାଥମିକତା  ରହିବ । ଇଂଲଣ୍ଡ ଖେଳାଳି ମାନେ ଅପରାହ୍ନ ୧ଟାରୁ ୪ଟା ଯାଏଁ ଏବଂ ଭାରତୀୟ ଖେଳାଳି ୪ଟାରୁ ୮ଟା ପର‌୍ୟ୍ୟନ୍ତ ଅଭ୍ୟାସ କରିବେ। ପୁଣି କଡ଼ା ସୁରକ୍ଷା ଭିତରେ ବାରବାଟୀରୁ ହୋଟେଲକୁ ଫେରିବେ ଖେଳାଳି। ପରେ ରବିବାର ଦ୍ବିତୀୟ ଦିନିକିଆ ଖେଳିବା ପରେ ତୃତୀୟ ତଥା ଶେଷ ମ୍ୟାଚ ଖେଳିବାକୁ ପାଇଁ ଗୁଜୁରାଟ ଅଭିମୁଖେ ବାହାରିଯିବେ ଉଭୟ ଟିମ୍।  ସେପେଟେ ଦୁଇ ଦେଶର ଖେଳାଳି ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି କମିଶନରେଟ୍ ପୁଲିସ । ଗୁରୁବାର ଅପରାହ୍ନରେ । କମିଶନରେଟ ପୋଲିସ ତରଫରୁ କାରକେଡ ରିହର୍ସାଲ କରାଯାଇଛି । କିପରି ଖେଳାଳି ମାନଙ୍କୁ ବିମାନ ବନ୍ଦରରୁ ହୋଟେଲକୁ ଏବଂ ସେଠାରୁ ଷ୍ଟାଡିୟମକୁ ନିଆଯିବ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking