27.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶଅଯୋଧ୍ୟାରେ ବଢିଲା ସୁରକ୍ଷା, ଛକ ଛକରେ ଲାଗିଲା ସିସିଟିଭି

ଅଯୋଧ୍ୟାରେ ବଢିଲା ସୁରକ୍ଷା, ଛକ ଛକରେ ଲାଗିଲା ସିସିଟିଭି

ଅଯୋଧ୍ୟା: ତିନି ଦିନ ପରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହାପୂର୍ବରୁ ବୋମା ବିସ୍ଫୋରଣ ଧମକ ମିଳିବା ପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ଅଯୋଧ୍ୟା ନଗରୀ । ଛକ ଛକରେ ଲାଗିଛି ସିସିଟିଭି, କଡା ପ୍ରହରା ଦେଉଛନ୍ତି ପୋଲିସ କର୍ମୀ । ସୁରକ୍ଷାକୁ ଦୃଷ୍ଟିରେ ରଖି ରାମ ମନ୍ଦିରରେ ଉତ୍ତରପ୍ରଦେଶର ଆତଙ୍କବାଦ ନିରୋଧୀ ସ୍କ୍ବାର୍ଡ ମୁତୟନ କରାଯାଇଛି । ମନ୍ଦିର ଭିତର ଓ ଆଖପାଖରେ ଏହି ସ୍କ୍ବାର୍ଡ ମୁତୟନ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଏସଟିଏଫ ମୁଖ୍ୟ ଓ ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ ଆସିବା ପରେ ଏହି ଘଟଣାରେ ଜାନୁଆରୀ 4ରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଏହି ଧମକ ପରେ ରାମ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଯୋଧ୍ୟାର ଲତା ମଙ୍ଗେସକର ଛକରେ ସୁରକ୍ଷା ବଢାଇବା ପାଇଁ ଉତ୍ତରପ୍ରଦେଶରୁ ଆତଙ୍କବାଦୀ ନିରୋଧୀ ସ୍କ୍ବାର୍ଡ କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି ।

ଜାନୁଆରୀ 22ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଏବଂ ଜାନୁଆରୀ 26ରେ ଗଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ମୈନପୁରୀ ସହରରେ ସୁରକ୍ଷା ବଢାଇ ଦିଆଯାଇଛି । ହ୍ୟୁମାନ ଇଣ୍ଟିଲିଜେନ୍ସି ଏବଂ ଏଆଇ ଟେକ୍ନୋଲୋଜି ବ୍ୟତୀତ 10,000 ସିସିଟିଭିର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ମନ୍ଦିରର 4.5 କିଲୋମିଟର ଦୂରରେ ଏକ ସିକ୍ୟୁରିଟି ଡୋମ ଗଠନ କରାଯାଇଛି । ଯାହା କୌଣସି ସନ୍ଦେହଜନକ ବସ୍ତୁକୁ ଅଟକାଇବା ପାଇଁ ସହାୟତା ହେବ । ସମ୍ଭାବ୍ୟ ଅଘଟଣକୁ ରୋକିବା ପାଇଁ ଏକ ସ୍ପେଶାଲ ଇଣ୍ଟିଲିଜେନ୍ସ ସେଲ ଗଠନ କରାଯାଇଛି । ୟୁପି-ନେପାଳ ସୀମାରେ ପାଟ୍ରୋଲିଂ କଡାକଡି କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking