33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶସୁରକ୍ଷାକର୍ମୀ – ଆତଙ୍କବାଦୀ ଗୁଳିବିନିମୟ ; ୨ ଆତଙ୍କୀ ନିହତ

ସୁରକ୍ଷାକର୍ମୀ – ଆତଙ୍କବାଦୀ ଗୁଳିବିନିମୟ ; ୨ ଆତଙ୍କୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ବଡଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମଙ୍ଗଳବାର ସକାଳେ ଗୁଳି ବିନିମୟ ଘଟିଛି ବୋଲି ଖବର ମିଳିଛି। ଗୁଳିବିନିମୟରେ ୨ ଆତଙ୍କୀ ନିହତ ହୋଇଛନ୍ତି। କିଛି ଆତଙ୍କବାଦୀ ଫେରାର ହୋଇ ଯାଇଥିବା ନେଇ ଖବର ମିଳିଛି। ସେମାନଙ୍କୁ ଖୋଜିବାକୁ ପୁଲିସ ତଲାସି ଅଭିଯାନ ଜାରି ରଖିଛି।
ମିଳିଥିବା ସୂଚନାନୁଯାୟୀ, ଆତଙ୍କବାଦୀ ମାନେ ଏକ ଟ୍ୟାକ୍ସିରେ ଯାଉଥିଲେ। ସେହି ସ୍ଥାନରେ ଯବାନ ମାନେ ଗାଡି ଗୁଡିକର ତଲାସି ନେଉଥିଲେ। ଟ୍ୟାକ୍ସିକୁ ଅଟକିବାକୁ ଯବାନମାନେ କହିଥିବା ସମୟରେ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ। ଯବାନଙ୍କ ପାଲଟା ଗୁଳିଚାଳନାରେ ୨ ଆତଙ୍କୀ ନିହତ ହୋଇଥିଲେ। ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking