25.1 C
Bhubaneswar
Wednesday, November 6, 2024
Homeଦେଶ ବିଦେଶଆଜମେର୍ ସହରରେ ୧୪୪ ଧାରା ଲାଗୁ : - ଧାର୍ମିକ ସମାରୋହରେ ବ୍ୟାନର୍‌, ପତାକା ଲଗାଇବା...

ଆଜମେର୍ ସହରରେ ୧୪୪ ଧାରା ଲାଗୁ : – ଧାର୍ମିକ ସମାରୋହରେ ବ୍ୟାନର୍‌, ପତାକା ଲଗାଇବା ଉପରେ କଟକଣା

ଆଜମେର୍‌:ରାଜସ୍ଥାନର ଆଜ୍‌ମେର୍ ସହରରେ ଶୁକ୍ରବାର ୧୪୪ ଧାରା ଲାଗୁ କରାଯାଇଛି । ଆଜମେର୍ ଜିଲ୍ଲା ପ୍ରଶାସନର ଆଦେଶ ଅନୁସାରେ, ସହରରେ ଏବେ ଆଗାମୀ ଏକମାସ ପାଇଁ ଯେକୌଣସି ଧାର୍ମିକ ସମାରୋହରେ ବ୍ୟାନର୍ ଓ ପତାକା ଲଗାଯାଇ ପାରିବ ନାହିଁ । ସେହିପରି ଲାଉଡ୍ ସ୍ପିକର୍‌କୁ ମଧ୍ୟ ବ୍ୟାନ୍ କରାଯାଇଛି । ଜିଲ୍ଲା ପ୍ରଶାସନର ଏହି ଆଦେଶ ପରେ ସେଠାରେ ରାଜନୀତି ଆରମ୍ଭ ହୋଇଯାଇଛି । ଆଜମେର ଜିଲ୍ଲାପାଳ ଅଂଶଦୀପଙ୍କ ଅନୁସାରେ, ତତ୍କାଳ ପ୍ରଭାବରେ ପୂରା ଜିଲ୍ଲାରେ ଥିବା ସରକାରୀ ଭବନରେ କୌଣସି ପ୍ରକାର ଧାର୍ମିକ ପ୍ରତୀକ ଲଗାଯାଇ ପାରିବ ନାହିଁ । ଏହା ସହିତ ତୀବ୍ର ଶବ୍ଦରେ ବାଜୁଥିବା ଡିଜେର ବ୍ୟବହାର ଉପରେ ମଧ୍ୟ ରୋକ୍ ଲଗାଯାଇଛି । ଆଇନଶୃଙ୍ଖଳା ଓ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ଏହା କରାଯାଇଥିବା ଜିଲ୍ଲାପାଳ ତର୍କ ଦେଇଛନ୍ତି ।
ଜାରି ଆଦେଶ ଅନୁସାରେ ଏବେ ଧାର୍ମିକ ଆୟୋଜନ ବେଳେ କୌଣସି ସରକାରୀ ସ୍ଥଳ, ସାର୍ବଜନୀନ ସ୍ଥାନ, ବିଦ୍ୟୁତ୍ ଏବଂ ଟେଲିଫୋନ୍ ଖୁଣ୍ଟ ଓ କୌଣସି ବ୍ୟକ୍ତିଙ୍କ ସମ୍ପତ୍ତିରେ ବିନା ସ୍ୱୀକୃତିରେ କୌଣସି ବ୍ୟାନର୍ କିମ୍ବା ପତାକା ଲଗାଯାଇ ପାରିବ ନାହିଁ । ଯଦି କେହି ଏହା କରନ୍ତି, ତେବେ ତାଙ୍କ ବିରୋଧ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅବଶ୍ୟ ଜିଲ୍ଲାପାଳ ନିଜ ଆଦେଶରେ କୌଣସି ଧାର୍ମିକ ପର୍ବର ନାମ ଉଲ୍ଲେଖ କରିନାହାନ୍ତି । ମାତ୍ର ଆଗାମୀ ଦିନରେ ରାମନବମୀ, ମହାବୀର ଜୟନ୍ତୀ, ହନୁମାନ ଜୟନ୍ତୀ ପରି ପର୍ବ ପାଳିତ ହେବାକୁ ଥିବାବେଳେ ଏହି ଆଦେଶରେ ବିଜେପି ଓ ହିନ୍ଦୁବାଦୀ ସଂଗଠନଗୁଡ଼ିକ ମଧ୍ୟରେ ଆକ୍ରେଶ ବଢ଼ିଛି । ଆଦେଶ ପ୍ରକାଶ ପାଇବା ପରେ ବିଜେପି ଏହାକୁ ସରକାରଙ୍କ ତୁଷ୍ଟୀକରଣ ରାଜନୀତି ପଦକ୍ଷେପ ବୋଲି ଅଭିଯୋଗ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking