ଭୁବନେଶ୍ୱର: ସଚିବସ୍ତରୀୟ ବୈଠକରେ ୧୦ଟି ଦିଗ ଉପରେ ଫୋକସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସିଏମଙ୍କ ଅଫିସରୁ ଆସୁଥିବା ୟୁଆଇ ନୋଟର ତୁରନ୍ତ ଉତ୍ତର ସହ ପଦକ୍ଷେପ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ସମୟରେ ଅଧିକାରୀମାନେ ଅଫିସ ଆସିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁଧାର ଆଣିବାକୁ ସୁଯୋଗ ଦିଆଯିବ , ନହେଲେ ଭିଆରଏସ । ଜିଲ୍ଲାସ୍ତରୀୟ ସବୁ ସରକାରୀ ଅଫିସରେ ଲାଗିବ ଏଆଇ କ୍ୟାମେରା । ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରାଯିବ । ଅକ୍ଟୋବର ମାସରୁ ଆରମ୍ଭ ହେବ ସିଏମ ଡାସ ବୋର୍ଡ । କେନ୍ଦ୍ରୀୟ ସ୍କିମ ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳ ସମୀକ୍ଷା କରିବେ । ୧୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଓ ରାଜସ୍ୱ ବିଭାଗ ସମୀକ୍ଷା କରିବେ । ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ୱ ଦେବେ । ଅଫିସରଙ୍କୁ ଫିଲ୍ଡ ଭିଜିଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଥାଉକି ଅ ଲୋକସେବା ଭବନରେ ଗୁରୁତ୍ୱପୂଣ୍ଣ ସଚିବସ୍ତରୀୟ ବୈଠକ ହୋଇଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା ା ଏହି ବୈଠକରେ ଉନ୍ନୟନ କମିଶନରଙ୍କ ସମେତ ସମସ୍ତ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।










