ଭୁବନେଶ୍ୱର: ଓଡ଼ିଆ ସ୍ୱାଭିମାନ ବନାମ ମୁଖ୍ୟମନ୍ତ୍ରୀଙ୍କ ସଚିବ ପାଣ୍ଡିଆନ। ଜିଲ୍ଲା ଗସ୍ତପରେ ଏବେ ପାଣ୍ଡିଆନଙ୍କ ପ୍ରଚାର ଚର୍ଚ୍ଚା। ରାଜ୍ୟ ସାରା ଲାଗୁଛି ମୁଖ୍ୟମନ୍ତ୍ରୀଙ୍କ ସହ ପାଣ୍ଡିଆନଙ୍କ ଫଟୋ ଥିବା ହୋଡିଂ। ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରେ ୱି ଷ୍ଟାଣ୍ଡ ଫର୍ ପାଣ୍ଡିଆନର ବ୍ୟାନର ଲଗାଉଛନ୍ତି ଛାତ୍ରଛାତ୍ରୀ। ଓଡ଼ିଶାରେ ଇଏ କି ବିଚିତ୍ର ସ୍ଥିତି ? ନିଜର କ୍ଷୂଦ୍ର ନିହିତ ସ୍ୱାର୍ଥ ପାଇଁ ପାଣ୍ଡିଆନଙ୍କ ପାଖରେ ବାଜି ଲାଗିଛି ଓଡ଼ିଆ ସ୍ୱାଭିମାନ।
ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ପୋଷ୍ଟରରେ 5T ସଚିବଙ୍କ ଫଟୋ ଦେଖି ଓଡ଼ିଆ ଭାବେ ମୁଁ ଲଜ୍ଜିତ । ଏଭଳି କରି ଓଡ଼ିଆ ଜାତିକୁ ଅପମାନ ସହ ଓଡ଼ିଆ ସ୍ଵାଭିମାନଙ୍କୁ ବିକ୍ରି କରିଛି ବିଜେଡି । ସେହିପରି କଂଗ୍ରେସ କହିଛି, ରାଜ୍ୟରେ ଆଉ ଗଣତନ୍ତ୍ର ନାହିଁ। ଏହାର ଜବାବ ରଖିଛି ବିଜେଡି।