18.1 C
Bhubaneswar
Monday, November 25, 2024
Homeଓଡିଶାନୂତନ ପେନ୍‌ସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ଚେତାବନୀ; ନ୍ୟାୟପାଇଁ ୧୪ ହଜାର ଶିକ୍ଷକ ହାଇକୋର୍ଟ...

ନୂତନ ପେନ୍‌ସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ଚେତାବନୀ; ନ୍ୟାୟପାଇଁ ୧୪ ହଜାର ଶିକ୍ଷକ ହାଇକୋର୍ଟ ଯିବୁ

ଭୁବନେଶ୍ୱର: ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ହୋଇଛି । ୨୦୧୩ ଠିକା ନିଯୁକ୍ତି ନିୟମ ଅନୁସାରେ ନିଯୁକ୍ତ କର୍ମଚାରୀ ନିୟମିତ ହେବା ସହ ୬ଟି ନୋସନାଲ ଇନକ୍ରିମେଣ୍ଟ (ମୂଳ ନିଯୁକ୍ତି ଠାରୁ) ପାଇଛନ୍ତି । କିନ୍ତୁ ୨୦୦୪ରୁ ୨୦୧୩ ମଧ୍ୟରେ ଠିକା ଭିତ୍ତିରେ ଏବଂ ସ୍ୱଳ୍ପ ପାରିଶ୍ରମିକରେ ନିଯୁକ୍ତ ମାଧ୍ୟମିକ ଶିକ୍ଷକ ଏଥିରେ ଉପକୃତ ହୋଇପାରିନାହାନ୍ତି । ପ୍ରାୟ ୧୪ ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ପାତରଅନ୍ତରପୂର୍ଣ୍ଣ ନିଷ୍ପତ୍ତି ବିରୋଧରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ମାଧ୍ୟମିକ ଶିକ୍ଷକ । ପ୍ରାୟ ୪ ହଜାରରୁ ଅଧିକ ଶିକ୍ଷକ ଅଦାଲତଙ୍କ ଆଶ୍ରୟ ନେଇଥିବା ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ସୂଚନା ମିଳିଛି । ସଂଘର ସୂଚନା ଅନୁସାରେ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଠିକା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ (ମୂଳ ନିଯୁକ୍ତି ଠାରୁ) ଦିଆଯାଇନାହିଁ । ଶିକ୍ଷକଙ୍କ ମଧ୍ୟରେ ଏହା ପାତର ଅନ୍ତରର ବିଷୟ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦିଷ୍ଟ ନିଯୁକ୍ତି ପ୍ରକ୍ରିୟା, ଅର୍ଥ ବିଭାଗର ଅନୁମୋଦନ ଏବଂ ଓଆରଭି ନିୟମ ପାଳନ କରି ଏହି ଠିକା ଶିକ୍ଷକ/ଶିକ୍ଷୟିତ୍ରୀମାନେ ନିଯୁକ୍ତି ପାଇଥିଲେ ।

୬ବର୍ଷ ନିରବଚ୍ଛିନ୍ନ ଏବଂ ସନ୍ତୋଷଜନକ ଠିକା ଭିତ୍ତିରେ କାର୍ଯ୍ୟକଲା ପରେ ନିୟମିତ ହୋଇଥିଲେ । କିନ୍ତୁ ସରକାର ତଞ୍ଚକତା କରି ୬ଟି ନୋସନାଲ ଇନକ୍ରିମେଣ୍ଟ (ମୂଳ ନିଯୁକ୍ତି ଠାରୁ) ପ୍ରଦାନରୁ ବଞ୍ଚିତ କରିଛନ୍ତି । ଏଭଳି ନିୟମକୁ ବିରୋଧ କରି ୩୦ ଜିଲ୍ଲାର ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ବରିଷ୍ଠ ସରକାରୀ ମାଧ୍ୟମିକ ଶିକ୍ଷକ/ଶିକ୍ଷୟିତ୍ରୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିକଟରେ ଏସ୍‌ଓପି ବାହାରିଲା ପରେ ବିଭିନ୍ନ ଜିଲ୍ଲାରୁ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି । ମାମଲାଗୁଡ଼ିକର ଶୁଣାଣି ଜୁନ ୨୨ ତାରିଖରେ ଥିଲା । କିନ୍ତୁ ସରକାର କୌଣସି ସତ୍ୟପାଠ ଦାଖଲ କଲେନି । ସମସ୍ତ ମାମଲାର ଶୁଣାଣି ଚଳିତମାସରେ ହେବାକୁ ଧାର୍ଯ୍ୟ ହୋଇଛି । ୨୦୧୩ ପୂର୍ବରୁ ନିଯୁକ୍ତ ସମସ୍ତ ମାଧ୍ୟମିକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମୂଳ ନିଯୁକ୍ତି ଠାରୁ ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ନକଲେ ଆଗାମୀ ଦିନରେ ୧୪ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ଅଦାଲତର ଆଶ୍ରୟ ନେବେ ବୋଲି ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ, ମହାସଚିବ ବିଶ୍ୱଜିତ ବିଶ୍ୱାଳ ଏବଂ ଆବାହକ ନିରୋଦ ରଥ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking