19.1 C
Bhubaneswar
Tuesday, November 19, 2024
Homeଓଡିଶା୧ ଫେବ୍ରୁଆରିରୁ ମାଧ୍ୟମିକ ପରୀକ୍ଷା ଆରମ୍ଭ

୧ ଫେବ୍ରୁଆରିରୁ ମାଧ୍ୟମିକ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ୧ ଫେବ୍ରୁଆରିରୁ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଆରମ୍ଭ । ଚଳିତ ବର୍ଷର ଦଶମ ଷ୍ଟାଣ୍ଡାର୍ଡ ଏକକ ଭାଷା(ଓଡ଼ିଆ) ପରୀକ୍ଷା ଓ ଅଷ୍ଟମ ଷ୍ଟାଣ୍ଡାର୍ଡ ପ୍ରଥମ ଅର୍ଦ୍ଧବାର୍ଷିକ(ଓଡ଼ିଆ) ଭାଷା ପରୀକ୍ଷା ପାଇଁ ଆବେଦନ । ଆବେଦନ ଫର୍ମ ସମେତ ଆବେଦନ ସଂକ୍ରାନ୍ତୀୟ ସମସ୍ତ ସୂଚନା ଫେବ୍ରୁଆରି ୧ତାରିଖରୁ ବୋର୍ଡର ନିଜସ୍ବ ୱେବ୍‌ସାଇଟ୍‌ www.bseodisha.ac.in/ www.bseodisha.nic.ni ରେ ଉପଲବ୍‌ଧ ହେବ । ଯାହା ଆଗ୍ରହୀ ଛାତ୍ରଛାତ୍ରୀ ବୋର୍ଡ ୱେବ୍‌ସାଇଟ୍‌ରୁ ଫର୍ମ ଡାଉନ୍‌ଲୋଡ କରିବା ସହିତ ପ୍ରଦତ୍ତ ସୂଚନା ଅନୁସାରେ ଆବେଦନ କରିପାରି ପାରିବେ । ପ୍ରାର୍ଥୀମାନେ ବିନା ଜରିମାନାରେ ପ୍ରାର୍ଥୀମାନେ ଫେବ୍ରୁଆରି ୧୧ ତାରିଖ ମଧ୍ୟରେ ଓ ଫେବ୍ରୁଆରି ୧୬ତାରିଖ ଜରିମାନା ଦ୍ୱାରାରେ ଆବେଦନ କରିପାରିବେ। ଆବେଦନ ଦେୟ ବିନା ଜରିମାନାରେ ଦଶମ ଷ୍ଟାଣ୍ଡାର୍ଡ ପାଇଁ ୧୨ଶହ ଟଙ୍କା ଓ ଅଷ୍ଟମ ଷ୍ଟାଣ୍ଡାର୍ଡ ପାଇଁ ୭ଶହ ଟଙ୍କା ରହିଥିବା ବେଳେ ଜରିମାନା ସହ ଏହି ଦେୟ ଦଶମ ଓ ଅଷ୍ଟମ ଷ୍ଟାଣ୍ଡାର୍ଡ ପାଇଁ ଯଥାକ୍ରମେ ୧୪ଶହ ଟଙ୍କା ଓ ୮ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ମାର୍ଚ ୭ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଦଶମ ଷ୍ଟାଣ୍ଡାର୍ଡ ଲିଖିତ ପରୀକ୍ଷା ସକାଳ ୮ଟାରୁ ୧୦ଟା ୩୦ମିନିଟ୍‌ ଓ ଅଷ୍ଟମ ଷ୍ଟାଣ୍ଡାର୍ଡ ଲିଖିତ ପରୀକ୍ଷା ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking