ଭୁବନେଶ୍ୱର: ଚଳିତ ଲହରରେ କରୋନାରେ ଦ୍ୱିତୀୟ ଜୀବନ ନେଲା କୋଭିଡ୍ । ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଧେଶକ ନିରଞ୍ଜନ ମିଶ୍ର । ଗତ ୫ ତାରିଖରେ ଜଣେ,କାଲି ଝାରସୁଗୁଡାର ଜଣେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାଲିର ମୃତକ ୬୫ବର୍ଷିଆ,କିଡନୀ ରୋଗରେ ପୀଡିତ ଥିଲେ । ଚଳିତ ଲହରର ସଂକ୍ରମଣ ଆଉ କିଛି ଦିନ ପରେ ବଢିବା ପରେ କମିବ ବୋଲି ଜଣାପଡିଛି । ଚଳିତ ଲହରରେ ରୋଗୀ ସଂଖ୍ୟା କମ୍ ରହୁଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଧେଶକ ।
ଏହା ସହିତ ଦେଶରେ ଦୈନିକ କରୋନା ସଂକ୍ରମଣ ୧୧ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୧,୧୦୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଗତ ୨୩୬ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ଦୈନିକ କରୋନା ସଂକ୍ରମଣ।୧୧,୧୦୯ଟି ନୂଆ କେସ ସହିତ ଦେଶରେ ଏବେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯,୬୨୨ରେ ପହଞ୍ଚିଛି। ସେହିପରି କରୋନାରେ ଆଉ ୨୯ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୦୬୪କୁ ବୃଦ୍ଧି ପାଇଛି।