16.1 C
Bhubaneswar
Wednesday, January 14, 2026
Homeଓଡିଶାସ୍କୁଟି -ବାଇକ୍ ମୁହାଁମୁହିଁ: ଜଣେ ମୃତ

ସ୍କୁଟି -ବାଇକ୍ ମୁହାଁମୁହିଁ: ଜଣେ ମୃତ

ବୁର୍ଲା: ବୁର୍ଲାରୁ ସାମ୍ନାକୁ ଆସିଛି ଏକ ମର୍ମନ୍ତୁଦ ଦୁର୍ଘଟଣାର ଖବର। ଏକ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ବୁର୍ଲା ସହର ଶ୍ରୀରାମବିହାର ପାର୍କ ସମ୍ମୁଖରେ ଘଟିଥିବା ନେଇ ସୂଚନା ମିଳିଛି। ଗୁରୁତର ବାଇକ ଚାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭିମ୍ସାର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ସୂଚନା ଅନୁସାରେ, ମୃତକ ଦୟାନନ୍ଦ ନାଏକ(୬୨) ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ। ସେ ଶ୍ରୀରାମ ବିହାରରେ ପରିବାର ସହ ରୁହନ୍ତି। ସକାଳ ୮ଟା ବେଳେ ନିଜ ସ୍କୁଟିରେ ଘରୁ ବାହାରି ବୁର୍ଲା ପଟକୁ ଯାଉଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଭିଆଇପି ରାସ୍ତାର ବାମପଟେ ନଯାଇ ଡାହାଣ ପଟ ରାସ୍ତାରେ ବୁର୍ଲା ସହର ପଟକୁ ଯାଉଥିଲେ। ଏହି ସମୟରେ ବୁର୍ଲା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ ଚାଳକ ହେଉଛନ୍ତି ବୁର୍ଲା ସହର ଗୌଡ଼ପାଲିର ରମାକାନ୍ତ ବେହେରା(୩୦)। ସେ ଜଣେ ରେଳ ବିଭାଗ କର୍ମଚାରୀ ହୋଇଥିବା ଜଣାଯାଇଛି। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ, ବାଇକ ଚାଳକ ପ୍ରାୟ ୫୦ ମିଟର ଦୂରରେ ଘୋଷାଡ଼ି ହୋଇ ପଡ଼ିଥିବା ବେଳେ ବାଇକଟି ଆହୁରି ୫୦ ମିଟର ଆଗକୁ ଯାଇ ପାର୍କ କଡ଼ରେ ପଡ଼ିଥିଲା। ଖବର ପାଇଁ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଭିମ୍ସାରକୁ ନେବା ସହ ଦୁଇ ଗାଡ଼ି ଜବତ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking