ଭୁବନେଶ୍ୱର:ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ମିଟ୍ ରେ ଯୋଗ ଦେବନାହିଁ ପାକିସ୍ତାନ । ଝଉଙ ସଦସ୍ୟ ଦେଶମାନଙ୍କର ମୁଖ୍ୟ ବିଚାରପତି ସମ୍ମିଳନୀ ଭାରତରେ ଆସନ୍ତା ୧୨ ତାରିଖରୁ ଆରମ୍ଭ ହବାକୁ ଯାଉଛି । ଏବେ ଝଉଙ ର ଅଧ୍ୟକ୍ଷ ରହିଛି ଭାରତ ।ତେଣୁ ମୁଖ୍ୟ ବିଚାରପତି ମାନଙ୍କର ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେଉଥିବାର ପାକିସ୍ତାନ ଏଥିରେ ଯୋଗ ଦେବାନି ବୋଲି ଜଣାପଡ଼ିଛି । ପାକିସ୍ତାନକୁ ଛାଡ଼ି ଚୀନ ଓ ରୁଷିଆ ସମେତ ଅନ୍ୟ ସଦସ୍ୟ ଦେଶର ମୁଖ୍ୟ ବିଚାରପତିମାନେ ଏଥିରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ।