18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶବିଲୁପ୍ତ ହୋଇଯାଇଥିବା ଏହି ଶିକାରୀ ପଶୁକୁ ପୁଣି ଜୀବନ୍ତ କରିବା ପାଇଁ ଲାଗିଛନ୍ତି ବୈଜ୍ଞାନିକ, ଖର୍ଚ୍ଚ...

ବିଲୁପ୍ତ ହୋଇଯାଇଥିବା ଏହି ଶିକାରୀ ପଶୁକୁ ପୁଣି ଜୀବନ୍ତ କରିବା ପାଇଁ ଲାଗିଛନ୍ତି ବୈଜ୍ଞାନିକ, ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ : ପୃଥିବୀରେ ଡାଇନୋସର ଭଳି ଅନେକ ଜୀବ ପ୍ରଜାତି ବିଲୁପ୍ତ ହୋଇସାରିଲେଣି ବା ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଛନ୍ତି । ଏହି ବିଲୁପ୍ତପ୍ରାୟ ପ୍ରଜାତିକୁ ବଞ୍ଚାଇବା ପାଇଁ ବୈଜ୍ଞାନିକମାନେ ଆପ୍ରାଣ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ଆମେରିକା ଏବଂ ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଥାଏଲାସିନ୍ ବା ତାସମାନିଆନ୍ ବାଘକୁ ପୁର୍ନଜୀବିତ କରିବା ପାଇଁ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି ।

ତାସମାନିଆନ୍ ବାଘ ୧୯୩୦ର ଦଶକରେ ବିଲୁପ୍ତ ହୋଇସାରିଥିବା ଏକ ପଶୁ । ଏହା ମାଂସାହାରୀ । ଏହା ଥାଏଲାସିନ୍ ରୂପେ ମଧ୍ୟ ଜଣାଯାଏ । ଏହି ପଶୁ ଅଷ୍ଟ୍ରେଲିଆ ଜଙ୍ଗଲରେ ବୁଦା ମାନଙ୍କରେ ଦେଖିବାକୁ ମିଳେ । ଏହି ପଶୁକୁ ପୁଣି ଜୀବିତ କରିବା ପାଇଁ କୋଲୋସଲ ବାୟୋସାଇନ୍ସ ଏବଂ ହାୱର୍ଡ ମେଡିକାଲ୍ ସ୍କୁଲ୍ ଏକାଠି ମିଶି କାମ କରୁଛନ୍ତି । କୋଲୋସଲ ଟେକ୍ସାସ ସ୍ଥିତ ଏକ ଜୈବ ପ୍ରଦ୍ୟେଗିକୀ କମ୍ପାନୀ । ଏହି କମ୍ପାନୀ ମୈମଥ(ଘନ କେଶ ଥିବା ହାତୀ)କୁ ପୁଣି ଜୀବନ୍ତ କରିବା ପାଇଁ ୧୫ ମିଲିୟନ୍ ଡଲାର ଖର୍ଚ୍ଚ କରି ଏକ ପ୍ରୋଜେକ୍ଟ ଉପରେ ପୂର୍ବରୁ କାମ କରୁଛି ।

ଏହି ପରିଯୋଜନାର କୌଣସି ସମୟ ସୀମା ନାହିଁ । କିନ୍ତୁ କୋଲୋସଲ ବାୟୋସାଇନ୍ସେଜର ସଂସ୍ଥାପକ ବ୍ୟାନ୍ ଲୈମଙ୍କ ଅନୁସାରେ ପ୍ରଥମ ଥାଏଲାସିନ୍ ପ୍ରାୟ ୧୦ ବର୍ଷରେ ଜୀବିତ ହୋଇପାରେ । ତେବେ ଲୈମଙ୍କ ଅନୁସାରେ ମୈମଥର ଅସ୍ଥିତ୍ୱକୁ ପୁଣି ଫେରାଇ ଆଣିବା ପାଇଁ ଅନେକ ସମୟ ଲାଗିବ କାରଣ ହାତୀଙ୍କୁ ଗର୍ଭ ଧାରଣ କରିବାରେ ଅଧିକ ସମୟ ଲାଗିଥାଏ । ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ସମାନ ଡିଏନଏ ବିଶିଷ୍ଟ ଜୀବିତ ପ୍ରଜାତିଙ୍କଠୁ ଷ୍ଟେମ୍ ସେଲ୍ ନେବା ଏବଂ ଜିନ୍ ଏଡିଟିଂର ବ୍ୟବହାର କରି ସେମାନଙ୍କୁ ଥାଏଲାସିନ୍ କୋଷରେ ପରିବର୍ତ୍ତନ କରିବା ।

କହିରଖୁଛୁ ଅଷ୍ଟ୍ରେଲିଆର ଏହି ଶିକାରୀ ଜୀବ ସାରା ମହାଦ୍ୱୀପରେ ରହୁଥିଲା । କିନ୍ତୁ ପ୍ରାୟ ୩ ହଜାର ବର୍ଷ ପୂର୍ବେ ଏହି ଜୀବ ତାସମାନିଆରେ ହିଁ ସୀମିତ ରହିଯାଇଥିଲା । ତାସମାନିଆକୁ ଛାଡି ଏହି ଜୀବ ପ୍ରାୟ ୨ ହଜାର ବର୍ଷ ପୂର୍ବେ ଅନ୍ୟ ସବୁ ସ୍ଥାନରୁ ଗାଏବ ହୋଇଯାଇଥିଲା । ୧୯୮୦ ଦଶକରେ ଏହାକୁ ଅଫିସିଆଲ୍ ରୂପେ ବିଲୁପ୍ତ ଘୋଷିତ କରିଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking