21.1 C
Bhubaneswar
Monday, February 2, 2026
Homeଦେଶ ବିଦେଶପଞ୍ଚକୁଲାରେ ଖସିଲା ବସ ୧୫ ଶିଶୁ ଆହତ

ପଞ୍ଚକୁଲାରେ ଖସିଲା ବସ ୧୫ ଶିଶୁ ଆହତ

ପଞ୍ଚକୁଲା: ଛୋଟ ପିଲାଙ୍କୁ ନେଇ ଯାଉଥିବା ବସଟି ପଞ୍ଚକୁଲାରେ ଖସିଲା। ଦୁର୍ଘଟଣାରେ ପ୍ରାୟ ୧୫ଜଣ ଛୋଟ ପିଲା ଆହତ ହୋଇଥିବା ଜଣାଯାଇଛି। ଏବେ ଆହତଙ୍କୁ ଚିକିତ୍ସା ପାଇଁ ମୋରନୀର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ରହିଛି । ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଏକ ବସ୍ ପଞ୍ଚକୁଲାର ମୋରନୀ ନିକଟ ଟିକ୍କର ତାଲ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଡ୍ରାଇଭର ତୀବ୍ର ବେଗରେ ବସ୍ ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ପ୍ରଶାସନ ଆହତମାନଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାଯାଇଛି।ପଞ୍ଜାବର ମଲେରକୋଟଲାସ୍ଥିତ ନନକାନା ସାହିବ ବିଦ୍ୟାଳୟର ପିଲା ଓ ଶିକ୍ଷକମାନେ ପଞ୍ଚକୁଲାର ମୋରନୀ ପାହାଡକୁ ବୁଲିବାକୁ ଯାଉଥିଲେ। ବସ୍ ହଠାତ୍ ଓଲଟି ପଡ଼ିବା ପରେ ଏହି ଗୁରୁତର ଦୁର୍ଘଟଣା ଘଟିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking