19.1 C
Bhubaneswar
Sunday, November 24, 2024
Homeଓଡିଶାପ୍ରାଥମିକ ସ୍କୁଳ୍ ଖୋଲିବା ନିଷ୍ପତ୍ତି ସ୍ଥଗିତ

ପ୍ରାଥମିକ ସ୍କୁଳ୍ ଖୋଲିବା ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲିଠୁ ପ୍ରଥମରୁ ପଞ୍ଚମ ସ୍କୁଲ୍ ଖୋଲିବା ନିଷ୍ପତ୍ତି ସ୍ଥିଗିତ । ନିଷ୍ପତ୍ତି ସାମୟିକ ସ୍ଥଗିତ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନାମିଳିଛି । ୨ ଦିନ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି । ନିଷ୍ପତ୍ତି ସାମୟିକ ନେଇ ସୂଚନା ଓ ଲୋକ ସର୍ମ୍ପ ବିଭାଗରୁ ସୂଚନା ଦିଆଯାଇଛି ।

ପିଲାମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜ ନ ଦାସ କହିଥିଲେ ଯେ, ୩ ତାରିଖରୁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ସ୍କୁଳ୍ ଖୋଲିବ ବୋଲି । ହେଲେ ଡିଏମ୍‌ଇଟି ଏହା ଉପରେ ଓମିକ୍ରନ୍ ରୋଗି ଚିହ୍ନଟ ପରେ କହିଥିଲେ, ସରକାରଙ୍କ ଏ ନିଷ୍ପତ୍ତି ପୁରୁଣା । ସ୍କୁଲ୍ ଖୋଲିବା ନିଷ୍ପତ୍ତି ସ୍ଥଗିତ ରହିପାରେ ।

ସରକାରଙ୍କ ଘୋଷଣା ପରେ ଅଭିଭାବକ ସଂଘ ମଧ୍ୟ ଏହାକୁ ବିରୋଧ କରିଥିଲେ । ଡିଏମ୍‌ଇଟିଙ୍କ ମତ ପରେ ବିଭ୍ରାନ୍ତ ଦେଖାଦେବାରୁ ମନ୍ତ୍ରୀ ଶ୍ରୀ ଦାସ  ପୁଣି ଗଣମାଧ୍ୟମକୁ ଆସି ଏହା ଉପରେ ସ୍ପଷ୍ଟିକରଣ ରଖିଥିଲେ । ମନ୍ତ୍ରୀ କହିଥିଲେ ସରକାରଙ୍କ ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି । ୩ ତାରିଖରୁ ସ୍କୁଲ୍ ଖୋଲିବ ।

ଏଥି ନେଇ ଶିକ୍ଷା ଅଧିକାରୀମାନେ ସେମାନଙ୍କ କାର୍ଯ୍ୟ କରୁଛନ୍ତି । ପରିସ୍ଥିତି ଉପରେ ନଜର ରଖାଯାଇଛି । ଏବେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ଇତିମଧ୍ୟରେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ଛୁଇଁଛି । ଏହାକୁ ନଜରରେ ରଖି ସରକାର ନିଷ୍ପତ୍ତିର ପୁନଃବିଚାର କରିଛନ୍ତି । ମନ୍ତ୍ରୀ ଆଜି ପୁଣି କହିଛନ୍ତି ଯେ, ପ୍ରାଥମିକ ସ୍କୁଳ୍ ଖୋଲିବା ନିଷ୍ପତ୍ତି ସ୍ଥଗିତ ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking