ଭୁବନେଶ୍ଵର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନ । ଏନେଇ ଗୃହରେ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ସ୍କଲାରସିପ ଟଙ୍କା ବାଟମାରଣା ହେଉଛି କି, କେଉଁ କେଉଁ ଜିଲ୍ଲାରେ ଏପରି ହେଉଛି ତାହା ପ୍ରଶ୍ନ କରିଛନ୍ତି, ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସ୍ୱର୍ଣ୍ଣଲତା ସ୍କୁଲ ଅଫ ନର୍ସିଙ୍ଗ ନାମକ ଶିକ୍ଷାନୁଷ୍ଠାନରେ ସ୍କଲାରସିପ ଦୁର୍ନୀତି ଅଭିଯୋଗରେ କାହିଁକି କାଯ୍ୟାନୁଷ୍ଠାନ ନିଆଯାଇନାହିଁ ତାହାର ମଧ୍ୟ ପ୍ରଶ୍ନ କରିଛନ୍ତି । ବିଧାୟକଙ୍କ ଉତ୍ତରରେ ମନ୍ତ୍ରୀ ନିତ୍ୟାନନ୍ଦ କହିଛନ୍ତି, ସ୍କଲାରସିପ ଟଙ୍କା କିଛି ବାଟମାରଣା ହେଉନାହିଁ । ନିମାପପଡା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ନିମନ୍ତେ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ଶିକ୍ଷାନୁଷ୍ଠାନ ବିରୁଦ୍ଧରେ ୨୦୨୪ରେ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲା ବିଚାରଧୀନ ଅବସ୍ଥାରେ ରହିଛି ।










