25.1 C
Bhubaneswar
Saturday, February 14, 2026
Homeଓଡିଶାଏସ୍‌ସିବି ଡାକ୍ତରଙ୍କ ବିରୋଧରେ ଏତଲା

ଏସ୍‌ସିବି ଡାକ୍ତରଙ୍କ ବିରୋଧରେ ଏତଲା

କଟକ:  ଶ୍ରୀରାମ ଚନ୍ଦ୍ର ମେଡିକାଲ୍ କଲେଜ ଓ ହସ୍ପିଟାଲ୍ (ଏସ୍‌ସିବି)ର ୟୁରୋଲୋଜି ବିଭାଗର ଜଣେ ଡାକ୍ତର ରୋଗୀଙ୍କ ଅପରେସନ ଏସ୍‌ସିବି ରେ ନକରାଇ ସେ ଏକ ନର୍ସଂ ହୋମରେ କରାଇଥିବା ନେଇ ଅଭିଯୋଗ ହୋଇଛି । ରୋଗୀଙ୍କୁ  ଫୁସୁଲେଇ ଏସ୍‌ସିବିରୁ ଘରୋଇ ନର୍ସିଂହୋମ୍‌କୁ ପଠାଉଥିବା ଛୋଟକାଟିଆ ଦଲାଲ୍‌ମାନଙ୍କୁ ପୁଲିସ ଗୋଡେଇ ତୋଡେଇ ଧରି ଜେଲ୍‌ରେ ଠୁଙ୍କୁ ଥିଲା ବେଳେ ସେଇକାମ ଯେତେବେଳେ ଡାକ୍ତର କରୁଛନ୍ତି ପୁଲିସର ତୋଡ ନରମିଯାଉଛି ବୋଲି ସଦ୍ୟ ଘଟିଥିବା ଏଭଳି ଏକ ଘଟଣାରୁ ଜଣାପଡ଼ିଛି ।  କିଛିଦିନ ତଳେ ବାଙ୍କୀ ଅଞ୍ଚଳର ରେବ ବେୱା ନାମକ ଜଣେ ମହିଳା ତାଙ୍କ ପୁଅକୁ ଏସ୍‌ସିବି ଆଣିଥବଲେ । ତାଙ୍କର ହେବାରେ ସମସ୍ୟା ଥିଲା । ମାତ୍ର ୟୁରୋଲୋଜି ବିଭାଗ  ଡାକ୍ତର ଜଣକ ଏକ ଘରୋଇ ନର୍ସିଂରେ ଅପରେସନ କରାଇଥିଲେ ।ଏବାବଦରେ ମହିଳାଙ୍କଠାରୁ  ଟଙ୍କା ନେଇଥିଲେ । ତେବେ ନର୍ସିଂହୋମରେ ରୁମ୍‌ଚାର୍ଯ ଦେବାକୁ ସେ ଅକ୍ଷମତା ପ୍ରକାଶ କରିବାରୁ ନର୍ସିଂହୋମ ମାଲିକ ତାଙ୍କୁ ଯେତେବେଳେ ସେଠାରୁ ବାହାର କରିଦେବାକୁ ଧମକ ଦେଲେ ରେବ ଏନେଇ ଗତ ୨୩ ତାରିଖରେ ମଙ୍ଗଳାବାଗ ଥାନାରେ ଏତଲା ଦେଲେ ସତ ମାତ୍ର ସଂପୃକ୍ତ ଡାକ୍ତର କିମ୍ବା ନର୍ସିଂ ହୋମ ମାଲିକଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି । ଦୀର୍ଘ ୫ଦିନ କାଳ ପୁଲିସ୍ ଠାରୁ ନ୍ୟାୟ ଅପେକ୍ଷା କରି କରି ଶେଷରେ ରୋଗୀକୁ ନେଇ ଘରକୁ ପଳେଇଲେ ମହିଳା । ପୁଲିସ୍ ପ୍ରକୃତରେ ତଦନ୍ତ କଲା, ନା ଜାଣିଶୁଣି ସମୟ ଗଡ଼େଇ ଗଡ଼େଇ ମାମଲାକୁ ଦୁର୍ବଳ କଲା  ଏନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ମେଡିକାଲରେ ଠିକା ଆଟେନାଣ୍ଟ,ସିକ୍ୟୁରିଟି ଗାର୍ଡ ଓ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ବିରୋଧରେ ଦଲାଲି ଅଭିଯୋଗ ଆସେ ପୁଲିସ୍ ୨୪ ଘଣ୍ଟା ଭିତରେ ଗିରଫ କରି ଗଣମାଧ୍ୟମକୁ ସୂଚନା ଦିଏ । ଯେଉଁ ଡାକ୍ତର ସରକାରୀ ହସ୍ପିଟାଲରୁ ଘରୋଇ ହସ୍ପିଟାଲ ପଠେଇ, ଘରୋଇ ହସ୍ପିଟାଲର ଫୋନ୍ ନମ୍ୱର୍ ଦେଇ ନିଜେ ଅପରେସନ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ନେଇ  ପୁଲିସର ନିରପକ୍ଷତା ଉପରେ  ଏବେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking