33.1 C
Bhubaneswar
Sunday, February 22, 2026
Homeଓଡିଶାଭିଜିଲାନ୍ସ ପଞ୍ଝାରେ ଏସ୍‌ସିବି ଡାକ୍ତର; ୨.୬୩ ଲକ୍ଷ ଟଙ୍କା ଜବତ

ଭିଜିଲାନ୍ସ ପଞ୍ଝାରେ ଏସ୍‌ସିବି ଡାକ୍ତର; ୨.୬୩ ଲକ୍ଷ ଟଙ୍କା ଜବତ

କଟକ: ଏସ୍‌ସିବି ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସନାତନ ବେହେରା ୨ଲକ୍ଷ ୬୩ହଜାର ଟଙ୍କା ନେଇ ଯାଉଥିବାବେଳେ ଭିଜିଲାନ୍ସ ତାଙ୍କୁ ପିଛା କରି ଆଜି ଅପରାହ୍ଣରେ ଧରିଛି। ହେପାଟୋଲୋଜି ବିଭାଗକୁ ବିଭିନ୍ନ ସାମଗ୍ରୀ ଯୋଗାଣ ପାଇଁ ବିଡ଼ରଙ୍କ ଠାରୁ ଲାଞ୍ଚ ନେଇଥିବା ନେଇ ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ ଡାକ୍ତରଙ୍କୁ ଧରିବାରେ ସକ୍ଷମ ହୋଇଛି। ଗୁରୁବାର ଅପରାହ୍ଣରେ ସରକାରୀ କ୍ୱାଟର୍ସକୁ ଡା.ବେହେରା ହିରୋହୁଣ୍ଡା ଆକ୍ଟିଭା (ଓଡ଼ି -୦୫ -ବିଏସ -୭୩୦୯)ରେ ଟଙ୍କା ନେଇ ଯାଉଥିବାବେଳେ ସ୍ଥାନୀୟ କାଠଗୋଲା ସାହି -ମେଡିକାଲ ରୋଡ଼ରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ଟଙ୍କାର ଉତ୍ସ ସମ୍ପର୍କରେ ଡାକ୍ତର ସଠିକ୍ ତଥ୍ୟ ଦେଇ ପାରିନଥିଲେ। ଏଣୁ ତାଙ୍କ ଠାରୁ ଭିଜିଲାନ୍ସ ଟିମ୍ ସମସ୍ତ ଟଙ୍କା ଜବତ କରିଥିଲା। ପରେ ପରେ ଡାକ୍ତର ବେହେରାଙ୍କୁ ଅଟକ ରଖି ତାଙ୍କ ସହ ସମ୍ପୃକ୍ତ ୩ଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଆଶଙ୍କାରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି। ହୋପାଟୋଲୋଜି ବିଭାଗକୁ ଚିକିତ୍ସା ଉପକରଣ ଯୋଗାଣ ପାଇଁ ଅଂଶଗ୍ରହଣକାରୀ ବିଡ଼ରଙ୍କ ଠାରୁ ବେଆଇନ୍ ଟଙ୍କା ସଂଗ୍ରହ ସଂପର୍କରେ ବିଶ୍ୱସ୍ତ ସୂଚନା ଆଧାରରେ ଏସସିବି ମେଡିକାଲ୍‌ର ହେପାଟୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡା ବେହେରାଙ୍କୁ ଧରିଥିଲା। ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking