18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଇଂଲଣ୍ଡରେ ବ୍ୟାପୁଛି ସ୍କାରଲେଟ୍ ଜ୍ୱର, ନେଲାଣି ୧୯ ଜୀବନ

ଇଂଲଣ୍ଡରେ ବ୍ୟାପୁଛି ସ୍କାରଲେଟ୍ ଜ୍ୱର, ନେଲାଣି ୧୯ ଜୀବନ

ନୂଆଦିଲ୍ଲୀ: ଚୀନରେ କାୟା ବିସ୍ତାର କରୁଥିବା କୋରୋନା କାରଣରୁ ସମଗ୍ର ବିଶ୍ୱବାସୀ ଭୟଭୀତ ଅବସ୍ଥାରେ ଥିବାବେଳେ ଚିନ୍ତା ବଢାଇଲାଣି ଆଉ ଏକ ଜ୍ୱର । ଇଂଲଣ୍ଡରେ ସ୍କାରଲେଟ୍ ଫିଭର୍ପିଲାମାନଙ୍କୁ ସଂକ୍ରମିତ କରୁଥିବା ଜଣାପଡିଛି । ରିପୋର୍ଟ ଅନୁସାରେ ଏହି ଜ୍ୱର କାରଣରୁ ସେଠାରେ ୧୯ ଜଣ ପିଲାଙ୍କ ଜୀବନ ଯାଇ ସାରିଲାଣି । ଏହା ବ୍ୟତୀତ ଗତ ସପ୍ତାହରେ ୧୦ ହଜାର ନୂଆ ମାମଲା ମଧ୍ୟ ଚିହ୍ନଟ ହୋଇଛି । ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧୨ରୁ ଡିସେମ୍ବର ମଧ୍ୟରେ ପ୍ରାୟ ୩୦,୦୦୦ ମାମଲା ଚିହ୍ନଟ ହୋଇସାରିଛି । ଏହାପୂର୍ବରୁ ୨୦୧୭ ଏବଂ ୨୦୧୮ ରେ ମଧ୍ୟ ସ୍କାରଲେଟ୍ ଜ୍ୱରରେ ଅଧିକାଂଶ ପିଲା ପୀଡିତ ହୋଇଥିଲେ । ଭାରତରେ ଏହି ଜ୍ୱରକୁ ଲାଲ ରଙ୍ଗର ଜ୍ୱର ମଧ୍ୟ କୁହାଯାଏ, ଯାହା ଜୀବାଣୁ ସଂକ୍ରମଣ ଦ୍ୱାରା ହୋଇଥାଏ । ଏହି ଜ୍ୱରରେ ରୋଗୀର ଗଳା ଯନ୍ତ୍ରଣା ସହିତ ଫୁଲିଯାଏ ଏବଂ ଭୀଷଣ ଜ୍ୱର ହୋଇଥାଏ ।

ସେହିପରି ରୋଗୀର ବେକରେ ଲାଲ ଦାଗ ଦେଖାଯିବା ସହ ଶରୀରରେ ଦାଗ ମଧ୍ୟ ଦେଖାଯାଏ । ଏହି ରୋଗ ୫ ରୁ ୧୫ ବର୍ଷର ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ । ସଠିକ୍ ସମୟରେ ଚିକିତ୍ସା ହୋଇନପାରିଲେ ଏହା ସାଂଘାତିକ ହୋଇଯାଏ । ବର୍ତ୍ତମାନ ଚୀନରେ ଓମିକ୍ରୋନର ଉପ-ପ୍ରକାର ବିଏଫ୍‌.୭ ମୃତ୍ୟୁର ବିଭୀଷିକା ରଚୁଛି । ସେଠାରେ ପ୍ରତିଦିନ ୧୦ ଲକ୍ଷ ସଂକ୍ରମିତ ଚିହ୍ନଟ ହେବା ସହ ଦିନକୁ ଯାଉଛି ୫ ହଜାରରୁ ଅଧିକ ଜୀବନ । ଏହାକୁ ନେଇ ସମଗ୍ର ବିଶ୍ୱରେ ଭୟର ବାତାବରଣ ଖେଳିଯାଇଛି । ଆମ ଦେଶରେ ଚିହ୍ନଟ ହୋଇଥିବା ଈୠ.୭ ଭାରିଏଣ୍ଟର ୪ଟି ମାମଲା ମଧ୍ୟରୁ ଓଡିଶାର ଜଣେ ବ୍ୟକ୍ତି ଥିବା ଜଣାପଡିଛି । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏଥିସହ ବାହାରକୁ ଯିବା ସମୟରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ନିୟମ ମାନିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking