ନୂଆଦିଲ୍ଲୀ: ଆଜିକା ଯୁଗରେ ସମଗ୍ର ସମାଜ ପାଇଁ ବିଶେଷକରି ଯୁବପିଢ଼ି ପାଇଁ ଡ୍ରଗ୍ସ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ଡ୍ରଗ୍ସକୁ କିଭଳି ଜଣ ପ୍ରତିନିଧି ଏଡାଇବେ ତାହା ପାଇଁ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି । ଡ୍ରଗ୍ସ କାରବାର କରିବା ଏକ ବେଆଇନ କାମ ହୋଇଥାଏ । ଡ୍ରଗ୍ସ ନେଇ ସାଙ୍ଗ ସାଥୀ ମେଳରେ ପାର୍ଟି କରିବା ଏନଜଏ କରିବା ଦ୍ୱାରା ମଣିଷ ତାର ହିତାହିତ ଜ୍ଞାନ ଭୁଲିଯାଇଥାଏ । ଅନେକ କୁଚିନ୍ତା ମନରେ ଆସିଥାଏ । ତେବେ ମଣିଷ କାହିଁକି ଏହାର ପଥ ବାଛୁଛି । ନୂତନ ସକାଳର ପ୍ରଥମ ସୂଯ୍ୟ କିରଣ ଦେଖିବା ପରିବର୍ତ୍ତେ ମଣିଷ ତା ଶରୀରକୁ ନିଜେ କାହିଁକି ନଷ୍ଟ କରିଦେଉଛି । ଦୀପ ଶୀଖା ଟିଏ ପରି ମଣିଷର ଜୀବନ ହୋଇଥାଏ । ଯେତେବେଳେ ଯାଏଁ ଦୀପରେ ସଳିତା , ତେଲ ରହିଥାଏ ସେତେ ଯାଏଁ ଦୀପ ତେଜିଥାଏ । ସବୁଠୁ ବଡ କଥା ଯେ ନିଆଁ କେବେ ଜଳିବା ପୂର୍ବରୁ ସତର୍କ କରେ ନାହିଁ । ଡ୍ରଗ୍ସ ନେବା ଦ୍ୱାରା ମଣିଷ ତାର ହିତାହିତ ଜ୍ଞାନ ସମ୍ପୂର୍ଣ୍ଣ ଭୁଲିଯାଏ । ଶରୀର ଏବଂ ମନ ପୁରାପୁରି ପରିବର୍ତ୍ତନ କରିଦିଏ , ନିଜର ପାଠପଢା କୁ ମଧ୍ୟ ପ୍ରଭାବିତ କରେ । କେବଳ ଏହିସବୁ ସମସ୍ୟା ନୁହେଁ, ପରିବାର, ବନ୍ଧୁ, ସ୍କୁଲ ଏବଂ କାର୍ଯ୍ୟସ୍ଥଳରେ ମଧ୍ୟ ସମସ୍ୟା ସୃଷ୍ଟି କରେ । ଯେତେବେଳେ ଜଣେ ବ୍ୟକ୍ତି ଡ୍ରଗ୍ସ କିମ୍ବା ମଦ୍ୟପାନର ପ୍ରଭାବରେ ଥାଏ ସେତେବେଳେ ମଣିଷ ଅମାନୁଷିକ କାର୍ଯ୍ୟ କରେ।










