17.1 C
Bhubaneswar
Wednesday, February 4, 2026
Homeଓଡିଶା୪ରୁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବନ୍ଦ

୪ରୁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବନ୍ଦ

ଅନୁଗୁଳ: ଅନୁଗୁଳ ଜିଲାର ସାତକୋଶିଆ ବନଖଣ୍ଡ ଅନ୍ତର୍ଗତ ଟିକରପଡାଠାରେ ମହାନଦୀ ଅବବାହିକାର ସାତକୋଶିଆ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଆସନ୍ତା ୪ରୁ କୁମ୍ଭୀର ଓ ପକ୍ଷୀ ଗଣନା କରାଯିବ। ଏଥିପାଇଁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବନ୍ଦ ରହିବ। ଜାନୁଆରୀ ୪ରୁ ୮ତାରିଖ ଓ ୧୭ ଓ ୧୮ ତାରିଖ ୨ ଦିନ ଧରି କୁମ୍ଭୀର ଓ ବିଭିନ୍ନ ପ୍ରଜାତିର ପକ୍ଷୀ ଗଣନା କରାଯିବ। ଗଣନା ସମୟରେ ପର୍ଯ୍ୟଟକ ଟିକରପଡ଼ା ମହାନଦୀର ଅବବାହିକା ଓ ଶିଶୁପଦର ଡ୍ୟାମ ଅଞ୍ଚଳ ପରିଦର୍ଶନ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟର ୪ଟି ବନଖଣ୍ଡର କର୍ମଚାରୀ ଏହି ଗଣନାରେ ସାମିଲ ହେବେ। ଆଠମଲ୍ଲିକ ବନଖଣ୍ଡ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ, ମହାନଦୀ ବନଖଣ୍ଡ ଓ ଆଠଗଡ଼ ବନଖଣ୍ଡ ଅଞ୍ଚଳକୁ ଏହି ଗଣତିରେ ସାମିଲ କରାଯାଇଛି ବୋଲି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫଓ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking