20.1 C
Bhubaneswar
Saturday, December 6, 2025
Homeଓଡିଶାସ୍ୱାମୀ ପାଲଟିଲା ସୈତାନ : ସ୍ତ୍ରୀକୁ ଜୀବନରୁ ମାରିଦେବାକୁ ଉଦ୍ୟମ

ସ୍ୱାମୀ ପାଲଟିଲା ସୈତାନ : ସ୍ତ୍ରୀକୁ ଜୀବନରୁ ମାରିଦେବାକୁ ଉଦ୍ୟମ

ବଲାଙ୍ଗିର:  ସ୍ୱାମୀ ନୃଶଂସ ପାଲଟିଛି । ନିଜ ସ୍ତ୍ରୀକୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଛି । ଏଭଳି ଅଭିଯୋଗ ସାମ୍ନାକୁ ଆସିଛି ।  ନିଜ ସ୍ତୀକୁ ମାରିବା ନେଇ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀ ଜ୍ୟୋତି ପ୍ରଧାନ ଏବେ ଫେରାର ଅଛି । ଗତ ସୋମବାର ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟକର ଖେଳିଯାଇଥିଲା । କନଷ୍ଟେବଳ ସ୍ୱାମୀ ଆକ୍ରମଣରେ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଅଛନ୍ତି  ସ୍ତ୍ରୀ ନୂପୁର । ସୂଚନା ଅନୁସାରେ ଗତ ସୋମବାର ବଲାଙ୍ଗିର ଦମ୍ପତ୍ତି ନୂପୁର ବିଶ୍ୱାଳ ଏବଂ ଜ୍ୟୋତି ପ୍ରଧାନ ରାସ୍ତାରେ ଯାଉଥିବା ବେଳେ ହଠାତ ପତ୍ନୀଙ୍କ ଉପରକୁ ଆକ୍ରମଣ କରିଥିଲେ ସ୍ୱାମୀ ।  ନିଜର ଏକ ସହେଯାଗୀ  ଜଗା ସହ ପତ୍ନୀ ନୂପୁରଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରିଘଟଣା ସ୍ଥଳରୁ ପଳାଇଥିଲେ ସ୍ୱାମୀ । ହେଲେ ନୂପୁରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଘଟଣାକୁ ନେଇ ନୂପୁରଙ୍କ ପରିବାର ଥାନାରେ  ଏତଲା କରିଛନ୍ତି ।  ମାତ୍ର ୬ ଦିନ ପରେ ବି ଅଭିଯୁକ୍ତ ସ୍ୱାମୀ ଜ୍ୟୋତି ପ୍ରଧାନଙ୍କୁ  ଗିରଫ କରିବାରେ ସଫଳ ହୋଇପାରିନାହିଁ ପୋଲିସ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking