27.1 C
Bhubaneswar
Sunday, September 29, 2024
Homeଅପରାଧସ୍ତ୍ରୀ ଏବଂ ଛୁଆକୁ ନିର୍ମମ ଭାବେ ହତ୍ୟା କଲା ସଇତାନ ସ୍ୱାମୀ

ସ୍ତ୍ରୀ ଏବଂ ଛୁଆକୁ ନିର୍ମମ ଭାବେ ହତ୍ୟା କଲା ସଇତାନ ସ୍ୱାମୀ

ହାଇଦ୍ରାବାଦ: ପାରିବାରିକ କଳହର କରୁଣ ପରିଣତି । ରଙ୍ଗାରେଡ୍ଡୀ ଜିଲ୍ଲାରେ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀ ଏବଂ ଛୁଆକୁ ନିର୍ମମ ଭାବେ ହତ୍ୟା କରିଲା ସଇତାନ ସ୍ୱାମୀ । ପାରିବାରିକ କଳହ ହେତୁ ଯାହାକୁ ସିନ୍ଦୁର ଦେଇ ଜୀବନ ସାଥୀ କରିଥିଲା ତାର ରକ୍ତରେ ହୋଲି ଖେଳିଲା ସ୍ୱାମୀ । ପରେ ୪୦ ଦିନର ଛୁଆକୁ ପାଣିରେ ଫିଙ୍ଗି ହତ୍ୟା କରିଥିବା ଜଣାପଡିଛି । ତେବେ ପିଶାଚ ପିତାର ଏଭଳି କାର୍ଯ୍ୟକଳାପକୁ ଆଖିରେ ଦେଖି ନିଜର ଜୀବନ ବଞ୍ଚାଇବା ପାଇଁ ଘରୁ ଦୌଡି ଆସିଯାଇଥିଲା ଅଢେଇ ବର୍ଷର ଝିଅ । ହତ୍ୟାକାରୀ ଜଣକ ଧନରାଜ ବୋଲି ଜଣାପଡିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଧନରାଜ ୪ ବର୍ଷ ପୂର୍ବେ ଅନାଜପୁର ବାସିନ୍ଦା ୨୩ ବର୍ଷୀୟ କାନ୍ଦିକାନ୍ତି ଲାବଣ୍ୟାକୁ ବିବାହ କରିଥିଲେ । ତାଙ୍କର ଏକ ଅଢେଇ ବର୍ଷର ଝିଅ ଆଦ୍ୟା ଏବଂ ଦେଢ ମାସର ପୁଅ କ୍ରିୟାନ୍ସ ରହିଥିଲେ । କ୍ରିୟାନ୍ସ ଫେବୃଆରୀ ୩ ତାରିଖରେ ଜନ୍ମ ହୋଇଥିଲା । ୧୦ ବର୍ଷ ପୂର୍ବେ ଧନରାଜଙ୍କର ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ପିତା ବାଲାୟା ତାଙ୍କ ସହ ରହୁଥିଲେ । ଝିଅର ଏକୋଇସିଆ ପାଳନ ପାଇଁ ଧନରାଜ ନିଜ ସ୍ତ୍ରୀକୁ ଶାଶୁଘରକୁ ପଠାଇଥିଲେ । ତେବେ ବୁଧବାର ସକାଳେ ପୁଅର ଟିକାକରଣ ପାଇଁ ସେ ତାଙ୍କ ପାଖକୁ ଯାଉଛନ୍ତି ବୋଲି କହିଥିଲେ ।

ଶାଶୁଘରକୁ ଯାଇ ଅପରାହ୍ନରେ ନିଜ ପତ୍ନୀକୁ ସାଙ୍ଗରେ ନେଇ ଅନାଜପୁର ଆସିଥିଲେ ଧନରାଜ । ତେବେ ସେହି ସମୟରେ ଉଭୟଙ୍କର ମଧ୍ୟରେ କଳହ ହୋଇଥିଲା । ତେବେ ଏହା ପରବର୍ତ୍ତୀ ମୁହୁର୍ତ୍ତରେ ଭୀଷଣ ରୂପ ମିଳିଥିଲା । ଆଉ ରାଗକୁ ଆୟତ୍ତ କରିପାରିଲା ନାହିଁ ଧନରାଜ । ବାପାର ଛାୟା ତଳେ ସମସ୍ତେ ସୁରକ୍ଷିତ ବୋଲି ଉବାଚ ରହିଥିବା ବେଳ ଏଠାରେ ନିଜେ ହିଁ ହତ୍ୟାକାରୀ ସାଜିଲା । ରାଗରେ ଜର୍ଜରିତ ହୋଇ ପିଶାଚ ପାଲଟିଲା । ପ୍ରଥମେ ସ୍ତ୍ରୀକୁ ବୋତଲରେ ବାଡେଇବା ପରେ କୁରାଢୀରେ ହାଣିଦେଲା ଏହା ପରେ ଖଟରେ ଶୋଇଥିବା ୪୦ ଦିନର ପୁଅକୁ ନେଇ ଡ୍ରେନରେ ଫିଙ୍ଗି ଦେଇଥିଲା । ତେବେ ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲା । ଅବଦୁଲ୍ଲାପୁରମେଟ ପୋଲିସ ମୃତଦେହକୁ ଜବତ କରି ଉସମାନିଆ ହସ୍ପିଟାଲକୁ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking