18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଆନ୍ତଃ ସଂସଦୀୟ ସଂଘ(ଆଇପିୟୁ)ରେ ସସ୍ମିତଙ୍କ ଉଦ୍‌ବୋଧନ; ଶାନ୍ତିର ବିଶ୍ୱ ପାଇଁ ‘ଅହିଂସା’ ଜରୁରୀ

ଆନ୍ତଃ ସଂସଦୀୟ ସଂଘ(ଆଇପିୟୁ)ରେ ସସ୍ମିତଙ୍କ ଉଦ୍‌ବୋଧନ; ଶାନ୍ତିର ବିଶ୍ୱ ପାଇଁ ‘ଅହିଂସା’ ଜରୁରୀ

ଭୁବନେଶ୍ୱର : ସମଗ୍ର ପୃଥିବୀ ଏବେ ବହୁ ସମସ୍ୟାରେ ଛଟପଟ ହେଉଛି ।  ଆମ ଆଗରେ ବହୁ ଚ୍ୟାଲେଞ୍ଜ ଉଭା ହୋଇଛି । ଏହାର ସମାଧାନ ସହ ଆଗାମୀ ପିଢ଼ିକୁ ଏକ ଶାନ୍ତି ଓ ସହାବସ୍ଥାନର ପୃଥିବୀ ଉପହାର ଦେବାକୁ ଆମକୁ ମହାତ୍ମାଗାନ୍ଧୀଙ୍କ ‘ଅହିଂସା’ ନୀତିକୁ ଗ୍ରହଣ କରିବାକୁ ହେବ । ‘ଗୋଟିଏ ବିଶ୍ୱ ଗୋଟିଏ ପରିବାର’ ମନ୍ତ୍ରକୁ ଆପଣାଇଲେ ସାରା ପୃଥିବୀର କଲ୍ୟାଣ ସହ ବିକାଶ ଆଗକୁ ବଢ଼ିବ । ବିଭାଜିତ ବିଶ୍ୱ ସମସ୍ୟାର ସମାଧାନ କରିପାରିବ ନାହିଁ । ଆମକୁ ଏକ ମନ ଏକ ପ୍ରାଣରେ ଚ୍ୟାଲେଞ୍ଜ ସମାଧାନ କରିବାକୁ ହେବ ।

ଆନ୍ତଃ ସଂସଦୀୟ ସଂଘ ବା ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିୟନ (ଆଇପିୟୁ)ରେ ଏହି ଆହ୍ୱାନ ଦେଇଛନ୍ତି ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଗୋଟିଏ ବିଶ୍ୱ ଗୋଟିଏ ପରିବାର’ ନୀତିକୁ ଧରି ପରସ୍ପର ବିଶ୍ୱାସକୁ ନେଲେ ଆମେ ସମଗ୍ର ବିଶ୍ୱର ବହୁବିଧ ସମସ୍ୟାର ସମାଧାନ କରିପାରିବା ବୋଲି ଡ.ପାତ୍ର କହିଛନ୍ତି । ଲୁଆଣ୍ଡାଠାରେ ଅନୁଷ୍ଠିତ ଆନ୍ତଃ ସଂସଦୀୟ ସଂଘର ୧୪୭ତମ ଅଧିବେଶନରେ ସସ୍ମିତ କହିଛନ୍ତି, ବିଶ୍ୱର ଯୁବବର୍ଗ ପୃଥିବୀରେ ଘଟୁଥିବା ପ୍ରତ୍ୟେକ ଘଟଣା ବାବଦରେ ଅବଗତ ଅଛନ୍ତି । ମଣିଷ ସମାଜର ଉନ୍ନତି ଓ ଅଭିବୃଦ୍ଧି ପାଇଁ ଚିନ୍ତା କରିବାର ଏ ହେଉଛି ପ୍ରକୃଷ୍ଟ ସମୟ । ସମଗ୍ର ବିଶ୍ୱକୁ ଏବେ ଗୋଟିଏ ଆତ୍ମା, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ ଲକ୍ଷ୍ୟରେ ଆଗକୁ ବଢ଼ିବାକୁ ପଡ଼ିବ । ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ଉଲ୍ଲେଖ କରି ସେ ଆହୁରି କହିଛନ୍ତି , ବିଶ୍ୱ ଭାଗ ଭାଗ ହେଲେ ମାନବ ସମାଜ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ହୋଇପାରିବ ନାହିଁ ।

ଆଫ୍ରିକାନ ୟୁନିଅନକୁ ଜି-୨୦ରେ ସାମିଲ କରିବାକୁ ଭାରତ ପ୍ରସ୍ତାବ ଦେଇଥିଲା । ସମସ୍ତ ସଦସ୍ୟ ଏହାକୁ ସମର୍ଥନ କରିଥିଲେ । ଏହା ଭାରତ ପାଇଁ କମ୍ ଗୌରବର କଥା ନୁହେଁ । ଭାରତ ବହୁ ସମୟରେ ଆତଙ୍କବାଦର ଶିକାର ହୋଇ ଆସିଛି । ସଂସଦ ଚାଲିଥିବା ବେଳେ ଆକ୍ରମଣ ହୋଇଛି । ମାତ୍ର ବିଡ଼ମ୍ବନା ଏଯାଏ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଜାତିସଂଘରେ ସହମତି ପ୍ରକାଶ ପାଇନି ।

ଏକ ଶାନ୍ତ ଓ ସମୃଦ୍ଧ ବିଶ୍ୱଗଠନ ପାଇଁ ଭାରତ ସବୁବେଳେ ଉଦ୍ୟମ କରିଆସିଛି । ବସୁଧୈବ କୁଟୁମ୍ବକମ୍ ଓ ଗାନ୍ଧିଜୀଙ୍କ ଅହିଂସା ନୀତିକୁ ସମସ୍ତ ରାଷ୍ଟ୍ର ଆପଣାଇଲେ ଆମେ ନୂଆପିଢ଼ିକୁ ଶାନ୍ତିର ପୃଥିବୀ ଉପହାର ଦେଇପାରିବା ବୋଲି ସସ୍ମିତ କହିଥିଲେ । ଉଲ୍ଲେଖଯୋଗ୍ୟ, ଆଇପିୟୁ ହେଉଛି ଏକ ଆନ୍ତର୍ଜାତିକ ସଂଗଠନ । ଭାରତ ପକ୍ଷରୁ ମନୋନୀତ ହୋଇ ସାଂସଦ ଡ. ପାତ୍ର ଏଥିରେ ଯୋଗଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking