26.1 C
Bhubaneswar
Saturday, October 19, 2024
Homeଖେଳଆଇଏସ୍‌ଏସ୍‌ଏଫ୍ ଜୁନିଅର୍ ବିଶ୍ୱକପ୍‌ରେ ସୈନ୍ୟମ୍‌ଙ୍କୁ ସ୍ୱର୍ଣ୍ଣ

ଆଇଏସ୍‌ଏସ୍‌ଏଫ୍ ଜୁନିଅର୍ ବିଶ୍ୱକପ୍‌ରେ ସୈନ୍ୟମ୍‌ଙ୍କୁ ସ୍ୱର୍ଣ୍ଣ

ସୁଲ୍ : ଏଠାରେ ଶନିବାର ଆରମ୍ଭ ହୋଇଥିବା ଆଇଏସ୍‌ଏସ୍‌ଏଫ୍ ଜୁନିଅର୍ ବିଶ୍ୱକପ୍‌ରେ ଭାରତ ଦମ୍‌ଦାର ପ୍ରାରମ୍ଭ କରିଛି । ମହିଳା ଶୁଟର୍ ସୈନ୍ୟମ୍ ୧୦ ମିଟର ଏୟାର୍ ପିସ୍ତଲ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଫାଇନାଲ୍‌ରେ ୮ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ବେଳେ ଶେଷରେ ୨୩୮ ସ୍କୋର୍ କରି ସୈନ୍ୟମ୍ ଶୀର୍ଷ ସ୍ଥାନ ଦଖଲ କରିଥିଲେ । ତେବେ ଏହି ଇଭେଣ୍ଟ୍‌ର ଫାଇନାଲ୍‌ରେ ପହଞ୍ଚିଥିବା ଅନ୍ୟତମ ଭାରତୀୟ ପ୍ରତିଯୋଗୀ ସୁରୁଚି ଇନ୍ଦର ସିଂହ ୧୫୪.୧ ସ୍କୋର୍ ସହ ଷଷ୍ଠ ସ୍ଥାନରେ ରହିଥିଲେ ।

କୋରିଆର କିମ୍ ମିନ୍‌ସିଓ ୨୩୬ ସ୍କୋର୍ ସହ ରୌପ୍ୟ ପଦକ ଜିତିଥିବା ବେଳେ ଚାଇନିଜ୍ ତାଇପେଇର ଲିଉ ହେଙ୍ଗ୍ ୟୁ’ ୨୧୬.୯ ସ୍କୋର୍ କରି ବ୍ରୋଞ୍ଜ୍ ପଦକ ପାଇଛନ୍ତି । ପ୍ରତିଯୋଗିତାର କ୍ୱାଲିଫିକେସନ୍ ରାଉଣ୍ଡ୍‌ରେ ସୈନ୍ୟମ୍ ୫୭୧ ସ୍କୋର୍ କରି ତୃତୀୟ ସ୍ଥାନରେ ରହିଥିଲେ । ଅନ୍ୟପକ୍ଷରେ ସୁରୁଚି ପଞ୍ଚମ ସ୍ଥାନରେ ରହି ଫାଇନାଲ୍ ପର୍ଯ୍ୟାୟରେ ଭାଗ ନେବା ସକାଶେ ଯୋଗ୍ୟତା ପାଇଥିଲେ । ଗତ ଫେବୃଆରୀରେ ସୈନ୍ୟମ୍ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ୍‌ରେ ବ୍ରୋଞ୍ଜ୍ ପଦକ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking