ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ଜୀବନରେ କିଛିଦିନ ହେଲାଣି ଅସୁବିଧାକୁ ସାମ୍ନା କରୁଛନ୍ତି । ସେ ପାକିସ୍ତାନ କ୍ରିକେଟର ଶୋଏବ୍ ମଲିକଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସେମାନଙ୍କ ମଧ୍ୟରେ ପାରିବାରିକ ବୁଝାମଣା ଠିକ ନାହିଁ । ଏହାରି ମଧ୍ୟରେ ସାନିଆ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସାନିଆ ଖୁବ ଶୀଘ୍ର ନିଜର ପ୍ରଫେସନଲ ଟେନିସରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି ।
ସୂଚନା ଅନୁଯାୟୀ, ସାନିଆ ଶେଷ ମ୍ୟାଚ ଦୁବାଇ ଚାମ୍ପିଅନସିପରେ ଖେଳିବେ । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ୧୯ ଫେବୃୟାରୀରେ ହେବ । ସାନିଆ କହିଛନ୍ତି ‘ମୁଁ ପୂର୍ବ ବର୍ଷ ଅବସର ନେବି ବୋଲି ପ୍ଲାନ କରିଥିଲି । ହେଲେ ଡ଼ାହଣ କହୁଣୀ ଆଘାତ ହେବା କାରଣରୁ ୟୁଏସ ଓପନ ଏବଂ ବାକି ଟୁର୍ଣ୍ଣାମେଣ୍ଟରେ ନାମ ଫେରେଇବାକୁ ପଡ଼ିଥିଲା ।’