18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶମଣିପୁରରେ ସାନି ହିଂସା; ସୁରକ୍ଷାବଳ ଉପରେ ଫାୟାରିଂ, ଥାନାରୁ ଅସ୍ତ୍ରଶସ୍ତ୍ର ଲୁଟ୍ ଉଦ୍ୟମ

ମଣିପୁରରେ ସାନି ହିଂସା; ସୁରକ୍ଷାବଳ ଉପରେ ଫାୟାରିଂ, ଥାନାରୁ ଅସ୍ତ୍ରଶସ୍ତ୍ର ଲୁଟ୍ ଉଦ୍ୟମ

ଇମ୍ଫାଲ୍ : ଜାତିଗତ ହିଂସାକୁ ନେଇ ମାସାଧିକ କାଳ ଅଶାନ୍ତ ଥିବା ମଣିପୁରରେ ଶୁକ୍ରବାର ରାତିରେ ପୁଣି ହିଂସାକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ବିଷ୍ଣୁପୁର ଜିଲ୍ଲାର କ୍ୱାକଟା ଏବଂ ଚୁରାଚାନ୍ଦପୁର ଜିଲ୍ଲାରେ କଙ୍ଗଭଇରେ ଉପଦ୍ରବୀମାନେ ସୁରକ୍ଷାବଳ ଉପରେ ଅଟୋମେଟିକ୍ ଅସ୍ତ୍ରଶସ୍ତ୍ରରୁ ଫାୟାରିଂ କରିଛନ୍ତି । ଏହାର ଜବାବରେ ସେନା, ଆସାମ ରାଇଫଲ୍‌ସ ଓ ମଣିପୁର ର‌୍ୟାପିଡ୍ ଆକ୍ସନ୍ ଫୋର୍ସ ରାଜଧାନୀ ଇମ୍ଫାଲ୍‌ରେ ଭୋର୍‌୍ ପର୍ଯ୍ୟନ୍ତ ମିଳିତ ଅପରେସନ୍ ଚଳାଇଥିଲେ ।

ସେହିପରି ଲାଙ୍ଗୋଲରେ ଏକ ପରିତ୍ୟକ୍ତ ଘରେ ଉପଦ୍ରବୀମାନେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ପଶ୍ଚିମ ଇମ୍ଫାଲ୍‌ର ଇରିଙ୍ଗ୍‌ବାମ୍ ଥାନାରୁ ଶତାଧିକ ଲୋକ ଅସ୍ତ୍ରଶସ୍ତ୍ର ଲୁଟିବା ଉଦ୍ୟମ କରିଥିଲେ । ତେବେ ସୁରକ୍ଷାବଳ ସେମାନଙ୍କୁ ସେଠାରୁ ହଟାଇ ଦେଇଥିଲା । ଏହି ଅବସରରେ ଉପଦ୍ରବୀଙ୍କ ପକ୍ଷରୁ ଫାୟାରିଂ କରାଯାଇଥିଲା । ଅନ୍ୟଏକ ଘଟଣାରେ ମଣିପୁର ୟୁନିଭର୍ସିଟି ନିକଟ ଖୋଙ୍ଗ୍‌ଜୁରେ ଶୁକ୍ରବାର ରାତି ପ୍ରାୟ ୧୦ଟା ୪୦ ମିନିଟ୍ ବେଳେ ୨୦୦ରୁ ୩୦୦ ଲୋକ ଏକାଠି ହୋଇ ଜଣେ ବିଜେପି ବିଧାୟକ ବିଶ୍ୱଜିତ୍‌ଙ୍କ ଘରେ ଭଙ୍ଗାରୁଜୁ ସହିତ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ମଣିପୁର ର‌୍ୟାପିଡ୍ ଆକ୍ସନ୍ ଫୋର୍ସ ଟିମ୍ ଏହାକୁ ବିଫଳ କରିଦେଇଛି । ସେହିପରି ଖୋଗମନ ଓ ସିଞ୍ଜେମାଇରେ ଶତାଧିକ ଲୋକ ବିଜେପି ଅଫିସ୍ ଉପରେ ଆକ୍ରମଣ କରିଥିଲେ ।

ତେବେ ସେନା ଯବାନମାନେ ଭିଡ଼କୁ ସେଠାରୁ ହଟାଇ ଦେଇଥିଲେ । ଅନ୍ୟ ଏକ ଘଟଣାରେ ରାଜଧାନୀ ଇମ୍ଫାଲ୍‌ର ପୋରମପେଟ୍‌ରେ କେତେକ ଯୁବକ ଶୁକ୍ରବାର ବିଳମ୍ବିତ ରାତିରେ ବିଜେପି ମହିଳା ଅଧ୍ୟକ୍ଷ ଶାରଦା ଦେବୀଙ୍କ ଘରେ ଭଙ୍ଗାରୁଜା ଉଦ୍ୟମ କରିଥିଲେ । ସୁରକ୍ଷାବଳ ସେମାନଙ୍କୁ ପ୍ରତିହତ କରିବା ସହ ସେଠାରୁ ହଟାଇ ଦେଇଥିଲା ।

ରାଜଧାନୀ ଇମ୍ଫାଲ୍‌ର ଆଡ୍‌ଭାନ୍ସ ହସ୍ପିଟାଲ୍ ନିକଟ ପ୍ୟାଲେସ୍ କମ୍ପାଉଣ୍ଡ୍ ନିକଟରେ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ଲୋକ ଏକାଠି ହୋଇ କମ୍ପାଉଣ୍ଡ୍‌କୁ ପୋଡ଼ିବାକୁ ଉଦ୍ୟମ କରିଥିଲେ । ସେଠାରେ ମୁତୟନ ର‌୍ୟାପିଡ୍ ଆକ୍ସନ୍ ଫୋର୍ସ (ଆର୍‌ଏଏଫ୍‌) ଯବାନମାନେ ଲୁହବୁହା ଗ୍ୟାସ୍ ଓ ରବର ବୁଲେଟ୍ ମାଡ଼କରି ଭିଡ଼କୁ ଛିନ୍‌ଛତ୍ର କରିଥିଲେ । ଏଥିରେ ଦୁଇଜଣ ସାଧାରଣ ଲୋକ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking