20.1 C
Bhubaneswar
Monday, February 9, 2026
Homeଦେଶ ବିଦେଶସଂଘ କହିଲେ ତୁରନ୍ତ ଛାଡ଼ିଦେବି ପଦ:ମୋହନ ଭାଗବତ

ସଂଘ କହିଲେ ତୁରନ୍ତ ଛାଡ଼ିଦେବି ପଦ:ମୋହନ ଭାଗବତ

ମୁମ୍ବାଇ : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ବଡ଼ ବୟାନ। ସଙ୍ଘ କହିଲେ ତୁରନ୍ତ ଛାଡ଼ିଦେବି ପଦ। ସାଧାରଣତଃ ୭୫ ବର୍ଷ ପରେ ଆଉ କୌଣସି ପଦ ପଦବିରେ ରହିବା କଥା ନୁହେଁ । ଏକଥା ସମସ୍ତେ ଚର୍ଚ୍ଚା କରିଥାନ୍ତି । ସଂଘର ମୁଖ୍ୟ ହେବାର ମାପକାଠି ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ କିମ୍ବା ଶୁଦ୍ର ନୁହେଁ । ହିନ୍ଦୁ ସଙ୍ଗଠନ ପାଇଁ କାମ କରୁଥିବା ଯେକୌଣସି ବ୍ୟକ୍ତି ସଂଘର ମୁଖ୍ୟ ହୋଇପାରିବେ । ମୁମ୍ବାଇରେ ଆୟୋଜିତ ଆରଏସ୍‌ଏସ୍‌ର ଶତାବ୍ଦୀ ସମାରୋହରେ ଯୋଗଦେଇ ଭାଗବତ ଏଭଳି କହିଛନ୍ତି।

ଆରଏସଏସ୍ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ୭୫ ବର୍ଷ ପୂରିଲାଣି । ଏକଥା ସେ ସଂଘକୁ ଜଣାଇଛନ୍ତି, କିନ୍ତୁ ସଂଘ ତାଙ୍କୁ କାମ ଜାରି ରଖିବାକୁ କହିଛି । ଯେବେ ସଂଘ କହିବ ସେ ପଦ ଛାଡିଦେବେ । କିନ୍ତୁ କାମରୁ ଅବସର ନେବେ ନାହିଁ । ସେ କହିଛନ୍ତି ବୀର ସାଭରକରଙ୍କୁ ଭାରତରତ୍ନ ଦିଆଯିବା ଉଚିତ । ଏହାଦ୍ୱାରା ଏହି ପୁରସ୍କାରର ଗରିମା ବଢ଼ିବ । ସେହିଭଳି ୟୁସିସି ଉପରେ ସେ କହିଛନ୍ତି ସମାନ ନାଗରିକ ସଂହିତା ସମସ୍ତଙ୍କ ବିଶ୍ୱାସକୁ ନେଇ ପ୍ରସ୍ତୁତ କରାଯିବା ଉଚିତ । ୟୁସିସି ଦ୍ୱାରା ସମାଜରେ ମତଭେଦ ବଢ଼ିବା କଥା ନୁହେଁ। ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ବାଣିଜ୍ୟ ରାଜିନାମା ଭାରତର ସ୍ୱାର୍ଥକୁ ଦୃଷ୍ଟିରେ ରଖି କରାଯାଇଥିବ ।

ଦେଶର କୌଣସି କ୍ଷତି ହେବ ନାହିଁ । ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ତଡିବା ଉଚିତ । ପୂର୍ବରୁ ଏସବୁ ହୋଇପାରୁ ନଥିଲା । ବର୍ତ୍ତମାନ ଧୀରେ ଧୀରେ ଏସବୁ କରାଯାଉଛି ବୋଲି ଭାଗବତ କହିଛନ୍ତି । ଏହି ଅବସରରେ ଭାଗବତ ବାଂଲାଦେଶର ହିନ୍ଦୁମାନେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି । କହିଛନ୍ତି ବାଂଲାଦେଶରେ ୧.୨୫ କୋଟି ହିନ୍ଦୁ ଅଛନ୍ତି । ସେମାନେ ଯଦି ଏକାଠି ହେବେ ରାଜନୈତିକ ବ୍ୟବସ୍ଥାକୁ ନିଜ ସୁବିଧା ତଥା ସୁରକ୍ଷା ଲାଗି ବ୍ୟବହାର କରିପାରିବେ । ସଂଘ ନିଜର ସୀମା ଭିତରେ ରହି ବାଂଲାଦେଶରେ ହିନ୍ଦୁଙ୍କ ଲାଗି ଯାହା ସମ୍ଭବ ତାହା କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking