27.1 C
Bhubaneswar
Friday, October 18, 2024
Homeଓଡିଶାମହିଳା ସରପଞ୍ଚଙ୍କୁ ତାଲା ପକାଇଲେ ସମିତିସଭ୍ୟାଙ୍କ ସ୍ୱାମୀ, ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣା

ମହିଳା ସରପଞ୍ଚଙ୍କୁ ତାଲା ପକାଇଲେ ସମିତିସଭ୍ୟାଙ୍କ ସ୍ୱାମୀ, ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣା

ଟାଙ୍ଗୀ : ପଞ୍ଚାୟତ କାର୍ଯ୍ୟାଳୟରେ ମହିଳା ସରପଞ୍ଚ କାର୍ଯ୍ୟ କରୁଥିବା ବେଳେ ବାହାରୁ ପକାଇଲେ ତାଲା ପକାଇଲେ ସମିତିସଭ୍ୟାଙ୍କ ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ନିରାକାରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ । ସୂଚନାଯୋଗ୍ୟ ଯେ ନିରାକାରପୁର ପଞ୍ଚାୟତର ମହିଳା ସରପଞ୍ଚ କାଦମ୍ବିନୀ ବେହେରା ପଞ୍ଚାୟତ କାର୍ଯ୍ୟାଳୟରେ ଗତ ୨୩ତାରିଖରେ କାର୍ଯ୍ୟ କରୁଥିବା ବେଳେ ବାହାରୁ ପକାଇଲେ ତାଲା ପକାଇଲେ ସମିତି ସଭ୍ୟାଙ୍କ ସ୍ୱାମୀ ଶୁଭମ ଦାଶ । ଏ ନେଇ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସରପଞ୍ଚ କାଦମ୍ବିନୀ ବେହେରାଙ୍କ ସ୍ୱାମୀ ପିଣ୍ଟୁ ବେହେରା । ପୁଲିସ ମାମଲା ରୁଜୁ କରି ଚୁପ ବସିଥିବାରୁ ଆଜି ନିରାକାରପୁର ସରପଞ୍ଚ ଆଜି ଥାନା ଗେଟ ସମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସରପଞ୍ଚ କାଦମ୍ବିନୀ ବେହେରା କିଛି ସମୟ ଥାନା ସମ୍ମୁଖରେ ବସିବା ପରେ ଏଫ୍‌ଆଇଆର୍ କପି ସରପଞ୍ଚଙ୍କ ସ୍ୱାମୀଙ୍କୁ ମିଳିଛି । ମାତ୍ର ପରେ ସରପଞ୍ଚ ନିଜେ ତାଙ୍କ ପ୍ୟାଡରେ ଲିଖିତ ଅଭିଯୋଗ କରିବା ପରେ ଆଇଆଇସି ଏହାକୁ ଗ୍ରହଣ କରି ନଥବାରୁ ସରପଞ୍ଚ ଶ୍ରୀମତୀ ବେହେରା ଅସନ୍ତୋଷ ପ୍ରକାଶ କରି ଖୋର୍ଦ୍ଧା ଏସ୍‌ପିଙ୍କ ଦୃଷ୍ଟି ଗୋଚର କରିବା ପରେ ଏତଲା ଗ୍ରହଣ କରିଥିଲେ ନିରାକାରପୁର ଥାନା ଅଧିକାରିଣୀ ଗୀତାଞ୍ଜଳୀ ନାୟକ । ପୂର୍ବରୁ ସରପଞ୍ଚ ଓ ତାଙ୍କ ସ୍ୱାମୀ କୁ ଜୀବନରେ ମାରିଦେବାର ଧମକ ମିଳୁଥିବା ବେଳେ ପୁଲିସ ଚୁପ ରହୁଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ସରପଞ୍ଚ ଓ ତାଙ୍କ ଶାଶୂ ଅଭିଯୋଗ କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ସରପଞ୍ଚ କେବେ ନ୍ୟାୟ ପାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking