18.1 C
Bhubaneswar
Monday, November 25, 2024
Homeଓଡିଶାବିବାହ ବନ୍ଧନରେ ବାନ୍ଧିହେବେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ

ବିବାହ ବନ୍ଧନରେ ବାନ୍ଧିହେବେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ରବିବାର ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ଏଥିରେ ଜିଲ୍ଲାପାଳଙ୍କ ପରିବାରବର୍ଗ ଓ ହାତଗଣତି କିଛି ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ଶୁବଘୀଘ୍ର ଉଭୟଙ୍କ ବିବାହ ବେଶ୍ ଧୁମଧାମରେ ହେବା ନେଇ ସୂଚନା ମିଳିଛି । ନିର୍ବନ୍ଧ ସମୟରେ ଉଭୟ ଜିଲ୍ଲାପାଳଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ତେବେ ମତଭେଦ କାରଣରୁ ଦୁହିଁଙ୍କର ନିକଟରେ ବିବାହ ବିଚ୍ଛେଦ ହୋଇଥିଲା । ସେହିପରି ଓଡ଼ିଶାରେ ପଢ଼ିଥିବା ଚଞ୍ଚଳ ରାଣା ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ । ସେମାନେ ମଧ୍ୟ ନିକଟରେ ସମାନ କାରଣରୁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ରବିବାର ଅତି ଗୋପନୀୟତା ଭାବେ ଚଞ୍ଚଳ ଓ ଅନନ୍ୟାଙ୍କ ନିର୍ବନ୍ଧ ସରିଥିବା ବେଳେ ଶୀଘ୍ର ସେମାନଙ୍କର ବିବାହ ସ୍ଥିର ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking