28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶମର୍ଣ୍ଣିଂ ୱାକରେ ଯିବା ବେଳେ ସଲମାନଙ୍କ ବାପା ସଲିମଙ୍କୁ ଧମକ

ମର୍ଣ୍ଣିଂ ୱାକରେ ଯିବା ବେଳେ ସଲମାନଙ୍କ ବାପା ସଲିମଙ୍କୁ ଧମକ

ମୁମ୍ବାଇ : ପୁଣି ସୁପରଷ୍ଟାର ସଲମାନ ଖାନଙ୍କ ବାପା ସଲିମ ଖାନଙ୍କୁ ମିଳିଛି ଧମକ। ଦିବାଲୋକରେ ତାଙ୍କୁ ଏହି ଧମକ ଦେଇଛନ୍ତି ଜଣେ ବୁର୍ଖା ପିନ୍ଧା ମହିଳା । ଗୁରୁବାର ସକାଳୁ ମୁମ୍ବାଇରେ ସଲିମ ମର୍ଣ୍ଣିଂ ୱାକରେ ଯାଉଥିବାବେଳେ ଜଣେ ବୁର୍ଖା ପିନ୍ଧା ମହିଳା ତାଙ୍କୁ ଧମକ ଦେଇଥିବା ଜଣାପଡ଼ିଛି । ଏ ନେଇ ବାନ୍ଦ୍ରା ପୁଲିସ ନିକଟରେ ମାମଲା ରୁଜୁ କରାଯାଇଥିବାବେଳେ ତଦନ୍ତ ଆରମ୍ଭ ହୋଇଛି । ସବୁଦିନ ଭଳି ସଲିମ ଖାନ ମର୍ଣ୍ଣିଂ ୱାକ୍ ରେ ବାହାରିଥିଲେ । ଘର ବାହାରେ ଏକ ବେଞ୍ଚରେ ବସି ଜୋତା ବାନ୍ଧୁଥିବାବେଳେ ଏକ ସ୍କୁଟର ସେହିବାଟେ ଦେଇ ଯାଇଥିଲା । ଗାଡ଼ିର ପଛରେ ଜଣେ ବୁର୍ଖା ପିନ୍ଧା ମହିଳା ମଧ୍ୟ ବସିଥିଲେ । ଗାଡ଼ିଟି କିଛି ବାଟ ଯାଇ ପୁଣି ଫେରିଥିଲା । ଏହା ପରେ ଗାଡ଼ିକୁ ଅଟକାଇ ମହିଳା ଜଣକ କହିଥିଲେ, “ଲରେନ୍ସ ବିଷ୍ନୋଇଙ୍କୁ ପଠାଇବି କି”? ବୋଲି କହି ଥିଲେ। ତେବେ ଲରେନ୍ସ ବିଷ୍ନୋଇ ହେଉଛି ଜଣେ କୁଖ୍ୟାତ ଗ୍ୟାଙ୍ଗ୍ ଷ୍ଟାର୍ । ପୂର୍ବରୁ ମଧ୍ୟ ସଲିମ ଖାନଙ୍କୁ ଏଭଳି ଧମକ ମିଳିଛି । ସଲିମ ଖାନ ବାନ୍ଦ୍ରା ଥାନାରେ ଏଫ୍ଆଇଆର୍ ଦାୟର କରିଛନ୍ତି । ପୁଲିସ ଧମକ ଦେଇଥିବା ଦୁଇ ବ୍ୟକ୍ତିଙ୍କୁ ଚିହ୍ନଟ କରି ନିଜ ହେପାଜତକୁ ନେଇ ତଦନ୍ତ ପଚରାଉଚରା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking