ନୂଆଦିଲ୍ଲୀ: ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗତ ବୁଧବାର ସଲମାନଙ୍କ ଘରେ ଏକ ଘଟଣା ଘଟିଛି । ଯେଉଁଠି ଜଣେ ଅଜଣା ମହିଳା ତାଙ୍କ ବାସଭବନରେ ପଶିଯାଇଥିଲେ । ଏହି ଅଜଣା ମହିଳା ସଲମାନଙ୍କ ଫ୍ଲାଟ୍ ପାଖରେ ପହଞ୍ଚିଯାଇଥିଲେ । ତେଣୁ ମହିଳାଙ୍କୁ ଗିରଫ କରାଯାଇଛି । ଅବୈଧ ପ୍ରବେଶ ନେଇ ମହିଳାଙ୍କ ନାଁରେ ମାମଲା ରୁଜୁ ହୋଇଛି । ମହିଳା ଜଣକ ହେଉଛନ୍ତି ୩୬ ବର୍ଷୀୟ ଇଶା ଛାଓ୍ୱଡା । ସଲମାନ ଖାନ ମୁମ୍ୱାଇ ବାନ୍ଦ୍ରାର ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ରୁହନ୍ତି । ସଲମାନଙ୍କ ସୁରକ୍ଷାରେ ତ୍ରୁଟିରେ ଏହା ଦ୍ୱିତୀୟ ଘଟଣା । ଏହାପୂର୍ବରୁ ତାଙ୍କ ବିଲ୍ଡିଂରେ ଅବୈଧ ପ୍ରବେଶର ଘଟଣା ପୂର୍ବରୁ ଘଟିସାରିଛି । ତାଙ୍କ ସୁରକ୍ଷାରେ ପୁଲିସ, ଯବାନ ମୁତୟନ ଅଛନ୍ତି । ଏଭଳି ସ୍ଥିତିରେ ଜଣେ ମହିଳା କେମିତି ସଲମାନଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଲେ ତାହା ଚିନ୍ତାଜନକ । ବର୍ତ୍ତମାନ ପୁଲିସ ଏହାର କାରଣ ଖୋଜିବାରେ ଲାଗିଛି ।