33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶ‘ଘୂମର୍’ରେ ନଜର ଆସିବେ ସୈୟାମି

‘ଘୂମର୍’ରେ ନଜର ଆସିବେ ସୈୟାମି

ମୁମ୍ବାଇ : ଆର ବାଲକୀଙ୍କ ଅପକମିଙ୍ଗ ଫିଲ୍ମ ‘ଘୂମର୍’ରେ ନଜର ଆସିବେ ସୈୟାମି ଖେର । ଫିଲ୍ମରେ ତାଙ୍କ କ୍ରିକେଟ୍ କୋଚ୍ ଭୂମିକାରେ ଅଭିନୟ କରିବେ ଅଭିଷେକ ବଚ୍ଚନ । ଅଭିଷେକ ଓ ସୈୟାମି ୨ୟ ଥର ଏକାଠି ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ୱେବ୍ ସିରିଜ୍ ‘ବ୍ରିଦ୍’ର ଉଭୟ ନଜର ଆସିଥିଲେ । ତେବେ କେବଳ ‘ଘୂମର୍’ ନୁହେଁ, ସୈୟାମିଙ୍କ ହାତରେ ଏବେ ଏକାଧିକ ପ୍ରୋଜେକ୍ଟ ରହିଛି । ‘ସ୍କାମ୍’ ଅଭିନେତା ପ୍ରତୀକ ଗାନ୍ଧିଙ୍କ ସହ ଖୁବଶୀଘ୍ର ସେ ନଜର ଆସିବେ । ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛି ଏକ୍ସେଲ ଏଣ୍ଟରଟେନମେଣ୍ଟ । ଶାହରୁଖ୍ ଖାନ୍ଙ୍କ ଫିଲ୍ମ ‘ରଇସ୍’ର ନିର୍ଦ୍ଦେଶକ ରାହୁଲ ଢୋଲକିୟା ଏହାର ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି । ଫିଲ୍ମର ଟାଇଟଲ୍ ‘ଅଗ୍ନି’ । ଅଗ୍ନୀବୀରଙ୍କ ଉପରେ ଏଇଟି ଗତିଶୀଳ । ତେବେ ପ୍ରୋଜେକ୍ଟ ବିଷୟରେ ଅଧିକ ତଥ୍ୟ ଗଣମାଧ୍ୟମକୁ ମିଳିନାହିଁ । ଚଳିତ ମାସ ଏହାର ସୁଟିଂ ଆରମ୍ଭ ହୋଇଛି । ମୁମ୍ବାଇ ଓ ଦିଲ୍ଲୀରେ ଅଧିକାଂଶ ସିନ୍ର ସୁଟିଂ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking