ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା- ଆନନ୍ଦପୁର ସଂଯୋଗ କରୁଥିବା ୫୩ ନଂ ରାଜ୍ୟ ରାଜପଥ ଗୋଡଭଙ୍ଗା ବନଦୁର୍ଗା ଘାଟିରେ ପୁଣି ଘଟିଛି ଦୁର୍ଘଟଣା। ଗତକାଲି ମଧ୍ୟରାତ୍ରିରେ ଏକ ଘରୋଇ ଯାତ୍ରୀବାହି ବସ ସାଇଶଙ୍କର ନମ୍ବର ଓଡି-୧୧ଇ-୩୭୯୨ ଭୂବନେଶ୍ଵର ଅଭିମୁଖେ ଯାଉଥିବା ସମୟରେ ଏକ ଚାଉଳ ବୋଝେଇ ଟ୍ରକ ନମ୍ବର ଏପି-୦୭ଟିଏଫ- ୪୯୭୯ ଗୋଡଭଙ୍ଗା ଘାଟି ନିକଟରେ ବସର ପଛପଟୁ ଧକ୍କା ଦେବାରୁ ବସଟି ୩୦ ଫୁଟ ତଳକୁ ଖସିପଡି ଥିବା ଜଣାପଡିଛି। ତେବେ ଧକ୍କା ଦେଇଥିବା ଟ୍ରକଟି ସିମେଣ୍ଟ ତିଆରି ପିଲରକୁ ଧକ୍କା ଦେଇ ଘାଟି ଉପରେ ଝୁଲି ରହିଯାଇଥିଲା | ବସରେ ପ୍ରାୟ ୫୦ ଜଣରୁ ଉର୍ଦ୍ଧ ଯାତ୍ରୀ ଥିବା ବେଳେ 20ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।ଘଟଣା ସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି 108 ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ 108 ଆମ୍ବୁଲାନ୍ସପହଞ୍ଚିବା ପରେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଯାଇଛି | ତେବେ ଟ୍ରକ ଡ୍ରାଇଭର କହିବା ଅନୁଯାୟୀ ଟ୍ରାକରେ ବ୍ରେକଫେଲ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି ତାସହିତ ସମ୍ପ୍ରସାରଣ ପାଇଁ ବାରମ୍ବାର ଦାବୀହେଲେ ସୁଦ୍ଧା ପ୍ରଶାସନ କୌଣସି ପ୍ରକାର ଦୃଷ୍ଟି ଦଉନାହାନ୍ତି ବୋଲି ଅଭିଯୋଗ ହେଉଛି।ଯାହାଫଳରେ ଦୁର୍ଘଟଣା ବାରମ୍ବାର ଘଟୁଛି ଏବଂ ବହୁ ମୂଲ୍ୟବାନ ଧନଜୀବନ ମଧ୍ୟ ଯାଉଛି ବଲି ବିଭିନ୍ନ ମହଲରୁ ଚର୍ଚ୍ଚା ଚାଲିଛି ଏବଂ ଏଘାଟିକୁ ସମ୍ପ୍ରସାରଣ କରିବା ସହିତ କେମିତି ଦୁର୍ଘଟଣା ରୋକି ହେବ ତା ଉପରେ ପ୍ରଶାସନ ଦୃଷ୍ଟି ଦେବା ଦରକାର ଵୋଲି ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି |