ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଳକାଟି ବଜାରରେ ଭିକ୍ଷାବୃତ୍ତି କରୁଥିବା ୩ ଜଣ ନାଗା ବାବା ଅଟକ । ଆଜି ସକାଳେ କିଛି ସ୍ଥାନୀୟ ଲୋକେ ଚୋର ସନ୍ଦେହରେ ଦୀର୍ଘ ସମୟ ଧରି ଅଟକ ରଖିବା ପରେ ପୋଲିସରେ ଜିମା ଦେଇଛନ୍ତି । ସେମାନଙ୍କ ନିକଟରୁ ଏକାଧିକ ପରିଚୟ ମିଳିଥିଲା । ଯେଉଁଥିରେ ଭିନ୍ନ ଭିନ୍ନ ନାମ ଠିକଣା ରହିଛି । କିନ୍ତୁ ପରିଚୟ ପତ୍ରରେ ସେମାନଙ୍କ ଠିକଣା ବାଲାଂଦେଶ ରହିଛି । ବାଳକାଟି ପୋଲିସ ତିନି ବାବାଙ୍କୁ ଥାନାକୁ ନେଇ ଅଟକ ରଖି ପଚରା ଉଚାରା ଜାରି ରଖିଛି । ପ୍ରଥମେ ଲୋକଙ୍କୁ ସନ୍ଦେହ ସେତେବେଳେ ଲାଗିଲା ଯେତେବେଳେ ଏମାନଙ୍କ ଠାରୁ ପରିଚୟ ପତ୍ର ମଗାଗଲା । ଲୋକେ ପୋଲିସକୁ ତୁରନ୍ତ ଡାକିଲେ । ପୋଲିସ ପହଞ୍ଚି ଏମାନଙ୍କ ଠାରୁ ପରିଚୟ ପତ୍ର ନେଇ ଦେଖିବା ବେଳକୁ ତାହା ବାଂଲାଦେଶର ବୋଲି ଜଣା ପଡ଼ିଥିଲା । ଭିନ୍ନ ଠିକଣା ଭିନ୍ନ ବେଶ ସହ ଅନ୍ୟ ନା’ ଥିବା ଅନେକ ପରିଚୟ ପତ୍ର ଧରି ବିନା ଭୟରେ କେମିତି ବୁଲୁଥିଲେ ତାହା ହିଁ ଆଶ୍ଚର୍ଯ୍ୟ କରିଛି ସାଧାରଣ ଲୋକଙ୍କୁ । ଖୋର୍ଦ୍ଧା ଜିଲ୍ଲା ବାଳକାଟି ଅଞ୍ଚଳରେ ଏମାନେ ଭିକ୍ଷାବୃତ୍ତି କରିବା ବେଳେ ଲୋକ ତିନି ଜଣଙ୍କୁ ଅଟକ ରଖିଥିଲେ । ଏମାନେ ତିନି ଜଣ ନିଜକୁ ନାଗା ବାବା ବୋଲି ପ୍ରଥମେ କହିଥିଲେ । ଲୋକ କିନ୍ତୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ । ସତ ଜାଣିବା ପାଇଁ ଲୋକେ ସେମାନଙ୍କ ସହ ଅଧିକ କଥା ହୋଇଥିଲେ । ସେତେବେଳେ ଜାଣିବାକୁ ପାଇଲେ ଏମାନେ ସବୁ ଜଣେ ଜଣେ ଠକ । ବଡ଼ କଥା ହେଲା ଏମାନେ କେବେଠୁ ଏଠାରେ ଅଛନ୍ତି, କ’ଣ ଏମାନଙ୍କ ଉଦ୍ଦେଶ୍ୟ, ଏତେ ପରିଚୟ ପତ୍ର କେଉଁଠୁ ଆଣିଲେ, କାହିଁକି ଭିନ୍ନ ଭିନ୍ନ ନାଁରେ ବୁଲୁଛନ୍ତି ତାହା ଜଣାପଡିନାହିଁ ।