ଭୁବନେଶ୍ୱର:ଭାରତର ସବୁଠାରୁ ପ୍ରିୟ ଏବଂ ଭରସାଯୋଗ୍ୟ ପିଜ୍ଜା ବ୍ରାଣ୍ଡ୍ ପିଜ୍ଜା ହଟ୍ ପକ୍ଷରୁ ଉପଭୋକ୍ତାମାନଙ୍କର ପ୍ରତ୍ୟେକ ସମ୍ଭାବ୍ୟ ମୁଡ୍ର ଅନୁରୂପ ହେବା ପାଇଁ ୧୦ଟି ନୂତନ ସ୍ୱାଦର ପିଜ୍ଜାର ବଜାର ପ୍ରବେଶ କରାଯାଉଛି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଏହି ୧୦ଟି ନୂତନ ପିଜ୍ଜାର ବଜାର ପ୍ରବେଶ ଅଭିଯାନରେ ବଲିଉଡ ତାରକା ସୈଫ୍ ଅଲ୍ଲୀ ଖାନ୍ ଓ ଶେହନାଜ୍ ଗିଲ୍ଙ୍କୁ ସାମିଲ କରାଯାଇଛି । ଏହି ନୂତନ ରେଞ୍ଜ୍ ସାରା ଭାରତରେ ଥିବା ସମସ୍ତ ୮୦୦ ପିଜ୍ଜା ରେଷ୍ଟୁରାଣ୍ଟରେ ଡାଇନ୍-ଇନ୍, ଡେଲିଭରି ଓ ଟେକ୍ଆୱେରେ ଉପଲବ୍ଧ ହେବ । ଦୁଇଟି ପର୍ସନାଲ୍ ପିଜ୍ଜା ପାଇଁ ଆକର୍ଷଣୀୟ ମୂଲ୍ୟ ୨୯୯ ଟଙ୍କା ଧାର୍ଯ୍ୟ କରାଯାଇଛି ।
ପିଜ୍ଜା ହଟ୍ର ଏହି ନୂତନ ଫ୍ଲେବର ମଧ୍ୟରେ ରହିଛି: ମଖ୍ନି ପନିର୍, ଢାବେ ଦା କିମା, ଚିଜି ମଶ୍ରୁମ୍ ମ୍ୟାଜିକ୍, ମେକ୍ସିକାନ୍ ଫିଏଷ୍ଟା, ୱସମ୍ ଆମେରିକାନ୍ ଚିଜି, ନୱାବୀ ମୁର୍ଗ ମଖ୍ନି ଇତ୍ୟାଦି । ପ୍ରଚୁର ଷ୍ଟପିଙ୍ଗ୍ରେ ଭରପୁର ଏହି ପିଜ୍ଜାଗୁଡ଼ିକ ମିଣ୍ଟ୍ ମାୟୋ, ଟେ୍କ୍ସାସ୍ ଗାର୍ଲିକ୍ ପରି ଗ୍ଲୋବାଲ୍ ଫ୍ଲେଭରର ସସ୍ ଗୁଡ଼ିକ ଯୋଗୁ ଆହୁରି ମଜାଦାର କରିବା ପାଇଁ ଏକ ମଖ୍ନି ସସ୍ ମଧ୍ୟ ନୂଆ କରି ପ୍ରସ୍ତୁତ କରାଯାଇଛି ।
ଏହି ଅବସରରେ ମତ ପ୍ରକାଶ କରି ପିଜ୍ଜା ହଟ୍ ଇଣ୍ଡିଆର ମୁଖ୍ୟ ମାର୍କେଟିଙ୍ଗ୍ ଅଫିସର୍ ଆନନ୍ଦିତା ଦତ୍ତ କହିଛନ୍ତି ଯେ, “ଆମେ କଣ ଖାଇବା ପାଇଁ ଚାହୁଁଛୁ ତାହା ସ୍ଥିର କରିବାରେ ଆମର ମୁଡ଼୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଏବଂ ଆମେ ଉପଭୋକ୍ତାମାନଙ୍କୁ ସେମାନଙ୍କର ବିଭିନ୍ନ ମୁଡ୍ ଅନୁଯାୟୀ ଭିନ୍ନ ଭିନ୍ନ ବିକଳ୍ପ ଦେବାକୁ ଚାହୁଁ । ଆମେ ନିଶ୍ଚିନ୍ତ ଯେ ଆମର ଉପଭୋକ୍ତାମାନେ ପିଜ୍ଜା ହଟ୍ ପିଜ୍ଜା ସହ ଯେକୌଣସି ଦିନ, ଯେକୌଣସି ସମୟରେ ସେମାନଙ୍କ ମୁଡ୍ ସହ ତାଳ ଦେବା ପାଇଁ ବଜାର ପ୍ରବେଶ ହେବାକୁ ଯାଉଥିବା ଏହି ବିସ୍ତୃତ ଭେରାଇଟିକୁ ଖୁବ୍ ପସନ୍ଦ କରିବେ ।”