32.1 C
Bhubaneswar
Friday, June 21, 2024
Homeଖେଳ୧୭ ବର୍ଷରୁ କମ୍ ସାଫ୍ ଚାମ୍ପିଅନ୍‌ଶିପ୍‌; ମାଳଦ୍ୱୀପ ଓ ବାଂଲାଦେଶ ଗ୍ରୁପ୍‌ରେ ଭାରତ

୧୭ ବର୍ଷରୁ କମ୍ ସାଫ୍ ଚାମ୍ପିଅନ୍‌ଶିପ୍‌; ମାଳଦ୍ୱୀପ ଓ ବାଂଲାଦେଶ ଗ୍ରୁପ୍‌ରେ ଭାରତ

ନୂଆଦିଲ୍ଲୀ:  ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଚଳିତ ବର୍ଷର ୧୭ ବର୍ଷରୁ କମ୍ ସାଫ୍ ଚାମ୍ପିଅନ୍‌ଶିପ୍‌ରେ ମାଳଦ୍ୱୀପ ଓ ବାଂଲାଦେଶ ସହ ଗ୍ରୁପ୍‌-ଏ’ରେ ସ୍ଥାନ ପାଇଛି । ଆୟୋଜକ ଭୁଟାନ ଗ୍ରୁପ୍‌-ବି’ରେ ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ଭେଟିବ । ଶନିବାର ଅନୁଷ୍ଠିତ ଡ୍ର’ରୁ ଏହା ଜଣାପଡ଼ିଛି । ଟୁର୍ଣ୍ଣାମେଣ୍ଟ୍ ସେପ୍ଟେମ୍ବର ୧୮ରୁ ୨୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ସେହିପରି ଅଗଷ୍ଟ ୧୬ରୁ ୨୮ ତାରିଖ ପର୍ଯ୍ୟନ୍ତ କାଠମାଣ୍ଡୁରେ ଆୟୋଜିତ ହେବାକୁ ଥିବା ୨୦ ବର୍ଷରୁ କମ୍ ଚାମ୍ପିଅନ୍‌ଶିପ୍‌ର ଗ୍ରୁପ୍‌-ବି’ରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ, ମାଳଦ୍ୱୀପ ଓ ଭୁଟାନ୍ ରହିଛନ୍ତି । ଆୟୋଜନ ନେପାଳ, ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କା ଗ୍ରୁପ୍‌-ଏ’ରେ ସ୍ଥାନ ପାଇଛନ୍ତି ।
ମହିଳା ଚାମ୍ପିଅନ୍‌ଶିପ୍‌ରେ ପାଞ୍ଚ ଥରର ଚାମ୍ପିଅନ୍ ଭାରତ ଗ୍ରୁପ୍‌-ଏ’ରେ ଡିଫେଣ୍ଡିଂ ଚାମ୍ପିଅନ୍ ବାଂଲାଦେଶ ଏବଂ ପାକିସ୍ତାନ ସହ ସ୍ଥାନ ପାଇଛି । ଆୟୋଜକ ନେପାଳ, ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ଭୁଟାନ୍ ଗ୍ରୁପ୍‌-ବି’ରେ ସ୍ଥାନ ପାଇଛନ୍ତି । ଚାମ୍ପିଅନ୍‌ଶିପ୍ ଅକ୍ଟୋବର ୧୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଟୁର୍ଣ୍ଣାମେଣ୍ଟଗୁଡ଼ିକ ଲିଗ୍‌-କମ୍‌-ନକ୍‌ଆଉଟ୍ ଭିତ୍ତିରେ ଆୟୋଜିତ ହେବ ଏବଂ ଉଭୟ ଗ୍ରୁପ୍‌ର ଶୀର୍ଷ ଦୁଇ ଟିମ୍ ସେମିଫାଇନାଲ୍ ଖେଳିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking