ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳରେ ବିଭିନ୍ନ ମାଦକ ଦ୍ରବ୍ୟ, ନିଶା ଦ୍ରବ୍ୟର ବେଆଇନ ବିକ୍ରୟ ଓ ସର୍ବ ସାଧାରଣରେ ମଦ୍ୟ ପାନ ଓ ନିଶା ସେବନକୁ ପ୍ରତିହତ କରିବା ନିମନ୍ତେ ନିୟମିତ ଭାବେ ପୁଲିସ ତରଫରୁ କଡା କାର୍ଯ୍ୟନୁଷ୍ଠାନ ମାନ ଗ୍ରହଣ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ବେଆଇନ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ଲାଗି ସହର ମଧ୍ୟରେ ଥିବା ବିଭିନ୍ନ ଥାନା ପକ୍ଷରୁ “ସେଫ୍ ସିଟି ଡ୍ରାଇଭ୍” ଅଭିଯାନ ଜାରି ରହିଛି । ଏହି ଧରପଗଡ ଅଭିଯାନ କ୍ରମରେ ଙୟସଗ୍ଦଷବ ଟକ୍ସଭବଦ୍ଭ ଚକ୍ଟକ୍ଷସମର ଇମଗ୍ଧ ଅନୁସାରେ ଉଲଂଘନକାରୀ ମାନଙ୍କୁ କାବୁ କରାଯାଇ ସେମାନଙ୍କ ନିକଟରୁ ଜୋରିମାନା ଆଦାୟ କରାଯିବା ସାଙ୍ଗକୁ ଜନସଚେତନତା କରାଯାଉଅଛି । ଗତ ଜୁନ ମାସ ତା.୦୧.୦୬.୨୦୨୩ ରିଖରୁ ତା.୩୦.୦୬.୨୦୨୩ ରିଖ ମଧ୍ୟରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସର ବିଭିନ୍ନ ଥାନା ପକ୍ଷରୁ ଆଇନ ଉଲଂଘନ କରିଥିବା ମୋଟ ୪୧୯୧ଜଣ ବ୍ୟକ୍ତିବିଶେଷଙ୍କ ନିକଟରୁ ସହରାଞ୍ଚଳ ପୁଲିସ ଆଇନ ଆଧାରରେ ସମୁଦାୟ ୨୦,୯୬,୦୦୦ଟଙ୍କା ଫାଇନ ଆଦାୟ କରାଯାଇପାରିଛି ।
ସେଥିମଧ୍ୟରୁ ଖାରବେଳନଗର ଥାନା ସର୍ବାଧିକ ୫୩୬ ଜଣ ଆଇନ ଉଲଂଘନ କାରୀଙ୍କ ଠାରୁ ସମୁଦାୟ ୨,୬୮,୦୦୦ଟଙ୍କା ତଣ୍ଡ ଆଦାୟ କରିଥିବା ବେଳେ ଶହୀଦନଗର ଥାନା ୪୦୪ ଜଣଙ୍କ ନିକଟରୁ ୨,୦୨,୦୦୦ଟଙ୍କା, ନୟାପଲ୍ଲୀ ଥାନା ୨୮୫ ଜଣଙ୍କ ଠାରୁ ୧,୪୨,୫୦୦ଟଙ୍କା, ପାହାଳ ଥାନା ୨୪୦ ଜଣଙ୍କ ନିକଟରୁ ୧,୨୦,୦୦୦ଟଙ୍କା ଏବଂ ମୈତ୍ରୀବିହାର ଥାନା ୨୩୯ ଜଣଙ୍କ ନିକଟରୁ ମୋଟ ୧,୧୯,୫୦୦ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଗତ ମାସରେ ଏହି କ୍ରମରେ ୪୧୯୧ ଜଣ ସର୍ବ ସାଧାରଣରେ ମଦ୍ୟ ପାନ କରୁଥିବା ଆଇନ ଉଲଂଘନ କାରୀଙ୍କ ଠାରୁ ସମୁଦାୟ ୨୦,୯୬,୦୦୦ଟଙ୍କା ଜୋରିମାନା ଆଦାୟ କରାଯାଇପାରିଛି । ଭୁବନେଶ୍ୱରସହରାଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ ତଥା ସହରକୁ ସୁରକ୍ଷିତ ରଖିବା ପାଇଁ “ସେଫ ସିଟି ଡ୍ରାଇଭ” ଅଧୀନରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚାଲୁଥିବା ଖଟି, ସର୍ବସାଧାରଣରେ ନିଶାଦ୍ରବ୍ୟ କରୁଥିବା ଅସାମାଜିକ ବ୍ୟକ୍ତିବିଶେଷ ମାନଙ୍କୁ ନିୟମିତ ଭାବରେ ତଦାରଖ କରାଯାଉଛି । କମିଶନରେଟ ପୁଲିସ ଆଇନ ଉଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହିତ ଭୁବନେଶ୍ୱରବାସୀଙ୍କ ସୁରକ୍ଷା ଦିଗରେ ମଧ୍ୟ ଯତ୍ନବାନ ଅଛି ।