27.1 C
Bhubaneswar
Wednesday, April 8, 2026
Homeଓଡିଶା୩ ଜିଲ୍ଲାରେ ଜନଜାଗରଣ ଅଭିଯାନ ପାଇଁ ସଂଗ୍ରାମ ସମିତିର ନିଷ୍ପତ୍ତି

୩ ଜିଲ୍ଲାରେ ଜନଜାଗରଣ ଅଭିଯାନ ପାଇଁ ସଂଗ୍ରାମ ସମିତିର ନିଷ୍ପତ୍ତି

ଯାଜପୁର: ଯାଜପୁର ରୋଡ଼ – ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଆହୂତ ସେପ୍ଟେମ୍ବର ୧୧ ର ରେଳରୋକ ଆନ୍ଦୋଳନକୁ ସ୍ଥଗିତ ରଖି ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ ଜନଜାଗରଣ ଅଭିଯାନ ସଂଗଠିତ କରିବାକୁ ସଂଗ୍ରାମ ସମିତି ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ମାନ୍ୟବର ରାଜ୍ୟପାଳ ସଂଗ୍ରାମ ସମିତି ସହ ଆଲୋଚନା କରିବା ସହ ଏହି ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ ପାଇଁ ରେଳମନ୍ତ୍ରୀଙ୍କୁ ପତ୍ର ଲେଖିବାକୁ ପ୍ରତିଶ୍ରୁତି ଦେଇଥିବାରୁ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଛି।

ରେଳପଥ ମଞ୍ଜୁରୀ ପ୍ରକ୍ରିୟାରେ ଅନ୍ତରାୟ ସୃଷ୍ଟି କରିଥିବା ନେଟୱର୍କ ପ୍ଲାନିଂ ଗ୍ରୁପର ଆଭିମୁଖ୍ୟକୁ ପ୍ରତ୍ୟାଖ୍ୟାନ କରି ପ୍ରକଳ୍ପମଞ୍ଜୁରୀରେ ହସ୍ତକ୍ଷେପ କରିବାକୁ ରେଳମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପ୍ରମୁଖଙ୍କୁ ଅନୁରୋଧ କରାଯିବା ସହ ସେମାନଙ୍କୁ ସ୍ମାରକପତ୍ର ପ୍ରଦାନ ପାଇଁ ସ୍ଥିର କରାଯାଇଛି। ଏହା ବ୍ୟତିତ ରାଜ୍ୟ ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପରିବହନ ସଚିବଙ୍କ ସମେତ ବିଧାନସଭା ଗୃହ କମିଟିର ଦୃଷ୍ଟି ଆକର୍ଷଣ ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି ଅପରାହ୍ନରେ ଶାନ୍ତି ମଣ୍ଡପ, ଯାଜପୁରରେ ଆବାହକ ସନ୍ତୋଷ ଦାସଙ୍କ ଅଧ୍ୟକ୍ଷତାରେ ଯାଜପୁର ରୋଡ଼ – ଧାମରା ରେଳପଥ ସଂଗ୍ରାମ ସମିତିର ବୈଠକରେ ଉପରୋକ୍ତ ନିଷ୍ପତ୍ତିମାନ ଗ୍ରହଣ କରାଯାଇଛି। ଏହି ବୈଠକରେ ସଂଗ୍ରାମ ସମିତିର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଓ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ନାୟକଙ୍କ, ଦେବେନ୍ଦ୍ର ପଣ୍ଡା, ମଳୟ ପଣ୍ଡା, ଦିବ୍ୟସିଂହ ନାୟକ, ପ୍ରଫୁଲ୍ଲ ନାୟକ, ଦିଲ୍ଲୀପ ଦଳେଇ, ସୁରେନ୍ଦ୍ର ରାୟ, ହରିଶ୍ଚନ୍ଦ୍ର ପଣ୍ଡା, ବିଜୟ ନାୟକ, ନିର୍ମଳ ରଥ, ଗଣେଶ ସାହୁ, ବିଜୟ ପରିଡା,ପ୍ରଫୁଲ୍ଲ ପାଢ଼ୀ, ରାଧା ଦାସ, ଓ ସୁରେଶ ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking