20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶ୨ଟି ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ

୨ଟି ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ଏଡିଜେ କୋର୍ଟ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ୨ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସାକ୍ଷ୍ୟ ପ୍ରମାଣ ଅଭାବରୁ କୋର୍ଟ ଉକ୍ତ ରାୟ ଶୁଣାଇଛନ୍ତି । କଡ଼ା ସୁରକ୍ଷା ମଧ୍ୟରେ ସବ୍ୟସାଚୀଙ୍କୁ ଶୁକ୍ରବାର ଗୁଣପୁର ଏଡିଜେ କୋର୍ଟରେ ହାଜର କରାଯାଇଥିଲା। ୨୦୦୪ ଅଗଷ୍ଟ ୧୩ରେ ଘଟିଥିବା ଚନ୍ଦ୍ରପୁର ବ୍ଲକ୍‌ ଅଧ୍ୟକ୍ଷ ଡାକୁ ମାଝୀ ହତ୍ୟାକାଣ୍ଡ ଏବଂ ୨୦୦୩ରେ ଏହି ବ୍ଲକ୍‌ର ମରିଚଗୁଡ଼ାରେ ଏକ ଘରେ ବୋମା ବିସ୍ଫୋରଣ କରିବା ମାମଲାର ଆଜି ଶୁଣାଣି ହୋଇଥିଲା । ପୂର୍ବରୁ ଡାକୁ ମାଝୀ ହତ୍ୟା ମାମଲାର ବିଚାରଣ ହୋଇଥିଲା । ଏହି ସମୟରେ ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣ କୋର୍ଟ ଗ୍ରହଣ କରିଥିଲେ । ପ୍ରମାଣ ଅଭାବରୁ ଏହି ମାମଲାରେ ସବ୍ୟସାଚୀଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେହିଭଳି ପୁଲିସ୍‌ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ମରିଚଗୁଡ଼ାର ପ୍ରାସ୍କା ସିମନ ମଝୀଙ୍କ ଘରେ ବିସ୍ଫୋରଣ କରିଥିଲେ । ମାମଲାର ଶୁଣାଣି ସମୟରେ ୧୫ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ପ୍ରମାଣ ଅଭବାରୁ ଶ୍ରୀ ପଣ୍ଡାଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking