17.1 C
Bhubaneswar
Monday, November 25, 2024
Homeଖେଳସ୍ୱିଜରଲାଣ୍ଡ୍‌ରେ ଟ୍ରେନିଂ ପାଇଁ ସାବ୍‌ଲେଙ୍କୁ ଅନୁମତି

ସ୍ୱିଜରଲାଣ୍ଡ୍‌ରେ ଟ୍ରେନିଂ ପାଇଁ ସାବ୍‌ଲେଙ୍କୁ ଅନୁମତି

ନୂଆଦିଲ୍ଲୀ : ଚଳିତ ବର୍ଷର ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍‌ଶିପ୍ ପାଇଁ ଭାରତର ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ଷ୍ଟିପଲଚେଜ୍ ପ୍ରତିଯୋଗୀ ଅବିନାଶ ସାବଲେ ସ୍ୱିଜରଲାଣ୍ଡ୍‌ରେ ଟ୍ରେନିଂ ନେବା ସକାଶେ ଅନୁମତି ଲୋଡ଼ିଥିଲେ । ଗୁରୁବାର କ୍ରୀଡ଼ା ମନ୍ତ୍ରଣାଳୟର ମିଶନ୍ ଅଲିମ୍ପିକ୍ ସେଲ୍ (ଏମ୍‌ଓସି) ପକ୍ଷରୁ ତାଙ୍କୁ ଏଥିସକାଶେ ଅନୁମତି ପ୍ରଦାନ କରାଯାଇଛି । ଏବେ ସେ ସ୍ୱିଜରଲାଣ୍ଡ୍‌ର ସେଣ୍ଟ୍ ମୋରିଜ୍‌ଠାରେ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ପରି ମେଗା ଇଭେଣ୍ଟ୍ ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ । ଏ ବାବଦରେ ହେବାକୁ ଥିବା ଖର୍ଚ୍ଚ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍ (ଟପ୍‌ସ) ବହନ କରିବ ।

ଟପ୍‌ସ ପକ୍ଷରୁ ସାବଲେ ଓ ତାଙ୍କ କୋଚ୍‌ଙ୍କ ଯାତ୍ରା, ଭିସା, ସ୍ଥାନୀୟ ପରିବହନ, ରହଣୀ ଓ ଖାଦ୍ୟପେୟ ଆଦି ସହ ପକେଟ୍ ଖର୍ଚ୍ଚ ବାବଦ ଦେୟ ମଧ୍ୟ ପ୍ରଦାନ କରାଯିବ । ସାବଲେ ତାଙ୍କ କୋଚ୍ ସ୍କଟ୍ ସାଇମନ୍ସଙ୍କ ସହ ଆସନ୍ତା ଅଗଷ୍ଟ ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ସେଣ୍ଟ୍ ମୋରିଜ୍‌ଠାରେ ଟ୍ରେନିଂ ନେବେ । ଏହାପରେ ସେ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ଭାଗ ନେବା ସକାଶେ ହଙ୍ଗେରୀର ବୁଡାପେଷ୍ଟ୍ ଅଭିମୁଖେ ଯାତ୍ରା କରିବେ । ସାବ୍‌ଲେଙ୍କ ବ୍ୟତୀତ ଏମ୍‌ଓସି ପକ୍ଷରୁ ୮ ଜଣ ଟେବଲ୍ ଟେନିସ୍ ଖେଳାଳିଙ୍କ ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରାଯାଇଛି । ସେମାନେ ହେଲେ ମନିକା ବତ୍ରା, ସାଥିୟାଁ ଜ୍ଞାନସେକରନ୍‌, ପାୟସ୍ ଜୈନ୍‌, ମାନୁଷ ଶାହ, ଶ୍ରୀଜା ଆକୁଲା, ଅର୍ଚ୍ଚନା କାମତ୍‌, ଯଶସ୍ୱିନୀ ଘୋରପଡ଼େ ଓ ଦୀୟା ଚିତାଲେ ରହିଛନ୍ତି । ଏହି ପ୍ରତିଯୋଗୀମାନେ ଥାଇଲାଣ୍ଡ୍‌ର ବ୍ୟାଙ୍କକ୍‌ଠାରେ ହେବାକୁ ଥିବା ଡବ୍‌ଲ୍ୟୁଟିଟି ଷ୍ଟାର୍ କଣ୍ଟେଣ୍ଡର୍ ପ୍ରତିଯୋଗିତାରେ ଭାଗ ନେବା ସକାଶେ ଟ୍ରେନିଂ ନେବେ ଓ ସେମାନଙ୍କ ସମସ୍ତ ଖର୍ଚ୍ଚ ଟପ୍‌ସ ବହନ କରିବ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking