20.1 C
Bhubaneswar
Tuesday, November 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷ୍ ଆକ୍ରମଣରେ ବିଶ୍ୱର ସର୍ବବୃହତ୍ ଏୟାରକ୍ରାଫ୍‌ଟ ନଷ୍ଟ

ରୁଷ୍ ଆକ୍ରମଣରେ ବିଶ୍ୱର ସର୍ବବୃହତ୍ ଏୟାରକ୍ରାଫ୍‌ଟ ନଷ୍ଟ

ମେସ୍କୋ : ରୁଷ୍ ସେନା ଆକ୍ରମଣରେ ଗୋସ୍ତୋମେଲ୍ ଏୟାରପୋର୍ଟରେ ଥିବା ବିଶ୍ୱର ସର୍ବବୃହତ୍ ଏୟାର୍‌କ୍ରାଫ୍ଟ ଆଣ୍ଟୋନୋଭ୍ ଏଏନ୍‌-୨୨୫ ମ୍ରିୟା (ସ୍ୱପ୍ନ) ଧ୍ୱଂସ ହୋଇଯାଇଛି । ଏୟାର୍‌ପୋର୍ଟ ଉପରେ ରୁଷ୍ ସେନାର ଆକ୍ରମଣ ବେଳେ ବିମାନର ସମ୍ମୁଖଭାଗ, ଡେଣା ଓ ଇଞ୍ଜିନ୍ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ଆକ୍ରମଣ ବେଳେ ଏୟାର୍‌କ୍ରାଫ୍ଟର ଗୋଟିଏ ଇଞ୍ଜିନ ମରାମତି ପାଇଁ କଢ଼ାଯାଇଥିଲା । ଏହାର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ୟୁକ୍ରେନ୍ ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେବା ଟ୍ୱିଟ୍ କରି ଏହା ଧ୍ୱଂସ ପାଇଥିବା ସ୍ପଷ୍ଟ କରିଛନ୍ତି । ସେ ଏହାକୁ ୟୁକ୍ରେନ୍‌ର ଜାତୀୟ ଗର୍ବ ବୋଲି ଟ୍ୱିଟ୍‌ରେ କହିଛନ୍ତି । କୁଲେବା ଲେଖିଛନ୍ତି ରୁଷ୍ ସେନା ଏୟାର୍‌କ୍ରାଫ୍ଟକୁ ଧ୍ୱଂସ କରିଦେଇଥିଲେ ମଧ୍ୟ ଆମର (ମ୍ରିୟା) ସ୍ୱପ୍ନ, ସ୍ୱାଧୀନ ଏବଂ ଗଣତାନ୍ତ୍ରିକ ଦେଶକୁ ଧ୍ୱଂସ କରିବାକୁ ସକ୍ଷମ ହେବ ନାହିଁ । ଆମେ ଏହାର ଜୋର୍‌ଦାର ପ୍ରତିରୋଧ କରିବୁ ବୋଲି ସେ ଟ୍ୱିଟ୍ କରିଛନ୍ତି । ଅନ୍ୟପକ୍ଷରେ ଏୟାରକ୍ରାଫ୍ଟର ନିର୍ମାତା କମ୍ପାନୀ ଆଣ୍ଟୋନୋଭ୍ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଟେକ୍ନିକାଲ୍ ଏକ୍ସପର୍ଟ ଏୟାର୍‌କ୍ରାଫ୍‌ଟର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପରେ ଏହାର ସ୍ଥିତି ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରାଯିବ । ଆଣ୍ଟୋନୋଭ୍‌ର ରକ୍ଷଣାବେକ୍ଷଣ କରୁଥିବା କମ୍ପାନୀ ୟୁକୋବ୍ରୋରନ୍‌ପ୍ରୋନ୍ ପକ୍ଷରୁ  ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ବିମାନକୁ ତା ପ୍ରକୃତ ଅବସ୍ଥାକୁ ଫେରାଇ ଆଣିବା ପାଇଁ ୩ ବିଲିୟନ୍ ଡଲାର ଖର୍ଚ୍ଚ ହେବ ଏବଂ ଏହା ସମୟସାକ୍ଷେପ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking