କିଏଭ୍: ସାତଦିନର ଯୁଦ୍ଧରେ ରୁଷ୍ର ଶତାଧିକ ସୈନ୍ୟଙ୍କୁ ୟୁକ୍ରେନ୍ ସେନା ଗିରଫ କରିସାରିଛି । ବନ୍ଦୀ ଅବସ୍ଥାରେ ଥିବା ରୁଷୀୟ ସୈନ୍ୟଙ୍କ ମାଆମାନେ ସେମାନଙ୍କର ପୁଅଙ୍କୁ ସୁୁରକ୍ଷିତଭାବେ ଫେରାଇଦେବାକୁ ୟୁକ୍ରେନ୍ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ୟୁକ୍ରେନ୍ ସରକାର ସେମାନଙ୍କ ନିକଟରେ ଏକ ସର୍ତ୍ତ ରଖିଛନ୍ତି ।
ଯଦି ୟୁକ୍ରେନ୍ ହାତରେ ବନ୍ଦୀ ଥିବା ରୁଷ୍ ସୈନ୍ୟଙ୍କ ମାଆମାନେ ଏଠାକୁ ଆସି ଅନୁରୋଧ କରିବେ, ତେବେ ସେମାନଙ୍କୁ ଫେରାଇ ଦିଆଯିବ ବୋଲି ବୁଧବାର ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି । ରୁଷ୍କୁ ତାଚ୍ଛଲ୍ୟ କରି ଏଭଳି ଘୋଷଣା କରାଯାଇଛି ବୋଲି କୂଟନୈତିକ ମହଲ ଅନୁମାନ କରୁଛନ୍ତି ।