20.1 C
Bhubaneswar
Sunday, November 17, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଦୁନିଆର ସବୁଠୁ ବଡ ଦେଶ ଋଷକୁ କ'ଣ ପାଇଁ ଦରକାର ୟୁକ୍ରେନ ଭୂମି

ଦୁନିଆର ସବୁଠୁ ବଡ ଦେଶ ଋଷକୁ କ’ଣ ପାଇଁ ଦରକାର ୟୁକ୍ରେନ ଭୂମି

ନୂଆଦିଲ୍ଲୀ: କ୍ଷେତ୍ରପାଳ ଦୃଷ୍ଟିରୁ ଋଷ ଦୁନିଆର ସବୁଠୁ ବଡ ଦେଶ । ବିଶ୍ୱର ୧୧ ପ୍ରତିଶତ ଲ୍ୟାଣ୍ଡମାସ ଏକା ଋଷ ପାଖରେ ଅଛି । ଏହା ୧୧ ଟାଇମଜୋନ ଲମ୍ବା ଏବଂ ଏହାର ତଟୀୟ କ୍ଷେତ୍ର ୩୬୦୦୦ କିମି ଲମ୍ବା । ଦେଶର ସୀମା ୧୭ ମିଲିୟନ ବର୍ଗ କିମିରେ ପରିବ୍ୟାପ୍ତ । ଏହାପରେ ବି ଋଷ ୟୁକ୍ରେନ ଉପରେ ହାମଲାର ସବୁଠୁ ବଡ କାରଣ ୟୁକ୍ରେନର ଭୂଭାଗ ଅକ୍ତିଆର କରିବା । ତେବେ କଣ ଯୋଗୁଁ ଋଷ ପାଇଁ ୟୁକ୍ରେନ ଜରୁରୀ ।
ୟୁକ୍ରେନର ଜିଓଗ୍ରାଫି ଅର୍ଥାତ ଭୂଗୋଳ ତାକୁ ଖାସ ବନାଏ । କହିରଖୁଛୁ ଯେ, ଋଷ ପରେ ୟୁରୋପ ର ଦ୍ୱିତୀୟ ସବୁଠୁ ବଡ ଦେଶ । ଋଷର ତଟୀୟ କ୍ଷେତ୍ର ଲମ୍ବା ହେଲେ ବି ଏହାର ଉତ୍ତର ଗୋଲାର୍ଦ୍ଧରେ ଅଧିକ ହେବା କାରଣରୁ ସେଠିକାର ପାଣି ବର୍ଷ ସାରା ଗରମ ରହେ ନାହିଁ । ତଟ ପ୍ରାୟ ଅଧା ବର୍ଷ ପାଇଁ ଜମି ଯାଏ ।  ଯେଉଁଥିପାଇଁ ସେଠାରେ ଭଲ ବନ୍ଦର ସ୍ଥାପିତ ହୋଇପାରେ ନାହିଁ । ବ୍ୟାପାର ପାଇଁ ବର୍ଷ ସାରା ବନ୍ଦର ଦରକାର ପଡିଥାଏ ଓ ସେଥିପାଇଁ ଗରମ ପାଣି ଆବଶ୍ୟକ ଥାଏ । ୟୁକ୍ରେନ ପାଖରେ ଏହା ହିଁ ଖାସ କଥା ରହିଛି । ୟୁକ୍ରେନ ତଟ ବ୍ଲାକ ସି ସହିତ ସଂଯୋଗ ଅଛି, ଯାହା ଭୂମଧ୍ୟ ସାଗର ସହ ଜଡିତ । ଏହା ପୁରା ଦୁନିଆ ସହ ବାଣିଜ୍ୟ ପାଇଁ ରାସ୍ତା ଖୋଲିଥାଏ । ଋଷ ପାଇଁ ଏହା କୌଣସି ଖଜାନା ଠାରୁ କମ ନୁହେଁ ।
ୟୁଏସଏସଆର ପତନ ପରେ ଉଜବେକିସ୍ତାନ ଓ କାଜାକିସ୍ତାନ ଋଷ ଆଡକୁ ଆସିଥିଲେ । ଯେତେବେଳେ କି ରୋମାନିଆ, ଲିଥୁଆନିଆ ଆଦି ଦେଶ ପଶ୍ଚିମ ଓ ନାଟୋ ସହିତ ହୋଇଗଲେ । ୟୁକ୍ରେନ ମଝିରେ ଫସିଗଲା । ୟୁକ୍ରେନର ପୂର୍ବ ଭାଗ ଋଷର ସମର୍ଥନ କରିଥିଲା । ଯେତେବେଳେ କି ପଶ୍ଚିମ ଭାଗ ୟୁରୋପୀୟ ସଂଘର ସମର୍ଥନରେ ରହିଲେ ।

ୟୁକ୍ରେନ ପାଖରେ କ୍ରିମିଆ କ୍ଷେତ୍ରରେ ଗରମ ପାଣିର ବନ୍ଦର ଥିଲା । ଯାହା ଦକ୍ଷିଣ ଭାଗରେ ରହିଛି । ବାଣିଜ୍ୟ ଦୃଷ୍ଟିକୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ । ଏହି ଗରମ ପାଣିର ବନ୍ଦରର ଉପଯୋଗ କରିବା ଓ ଜାହାଜ ଚଲାଇବା ପାଇଁ ଋଷ ନିକଟରେ ଲିଜ ଥିଲା, ହେଲେ ଯଦି ୟୁକ୍ରେନ ୟୁରୋପୟ ସଂଘ କିମ୍ବା ନାଟୋକୁ ଚାଲିଯାଇଥାନ୍ତା, ତେବେ ଏହାଦ୍ୱାରା ଋଷକୁ ଏହି ବନ୍ଦର ହରାଇବା ଭୟ ଥିଲା ।
ଋଷକୁ ଏବି ବି ଭୂମଧ୍ୟ ସାଗର ଯାଏ ପହଂଚିବା ପାଇଁ ନାଟୋ ସଦସ୍ୟ ତୁର୍କୀ ଦ୍ୱାରା ନିୟନ୍ତ୍ରିତ ବୋସ୍ଫୋରସ ଚ୍ୟାନେଲ ପାର କରିବାକୁ ହୁଏ । ତୁର୍କ ଋଷ ଜାହାଜକୁ ବାଣିଜ୍ୟ ପାଇଁ ଯିବାଆସିବା କରିବାକୁ ଅନୁମତି ଦିଏ । ହେଲେ ଋଷ ଉପରେ ଚାପ ପକାଇବା ପାଇଁ କେଉଁ ସମୟରେ ବି ଏହାକୁ ରୋକିପାରେ । ଏଥିପାଇଁ ଋଷ ପାଇଁ ଏହା ଜରୁରୀ ଯେ ସେ ୟୁକ୍ରେନକୁ ପଶ୍ଚିମକୁ ଯିବାକୁ ଦିଏନାହିଁ ।
ଏବେ ୟୁକ୍ରେନ ନିଜକୁ ନାଟୋ ସହିତ ସାମିଲ କରିବା ପାଇଁ ଚାହୁଁଛି । ଯଦି ଏମିତି ହେବ ତେବେ ଆମେରିକା, ରୋମାନିଆ ଓ ତୁର୍କର ଉପଯୋଗ କରି ଋଷକୁ ନିଜ ବାଣିଜ୍ୟରୁ କାଟିବା ପାଇଁ ଯୋଜନା ବନାଇପାରିଥାନ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking